ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଆବେଦନ ଉପରେ ଅପ ଟୁ ଡେଟ କେସ ଡାଏରୀ ଦାଖଲ କରିବା ପାଇଁ ଆଜି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ଆସନ୍ତା ୧୧ ତାରିଖରେ ହାଇକୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି। ଦୀର୍ଘ ଦିନ ପରେ ମାମଲା ରୁଜୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ। ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଅଭିଯୋଗ ଆଣିଥିଲେ ମହିଳା ଜେଲର।ତେବେ ମୂଳ ଏତଲା ରଦ୍ଦ କରିବା ଏବଂ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ ।ତେବେ ଆଜି ଶୁଣାଣି ସମୟରେ ସୁଶାନ୍ତଙ୍କ ତରଫରୁ ଯୁକ୍ତି ରଖାଯାଇଥିଲା କି ଅଭିଯୋଗ ଭିତ୍ତିହୀନ । ଯେହେତୁ DGP ହେବାଲାଗି ତାଙ୍କ ନାଁ ମନୋନୀତ ହୋଇଛି, ତାର ବାଟ ବନ୍ଦ କରିବା ଲାଗି ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର ।
