ପୂର୍ବତନ ମୁଖ୍ୟମନ୍ତ୍ରୀବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଶିକାନ୍ତ କ୍ଷମା ପ୍ରାର୍ଥନା

ନିଶିକାନ୍ତ ଦୁବେଙ୍କ ୟୁ ଟର୍ଣ୍ଣ । କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଶିକାନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।ବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ। ମୁଁ ଗାନ୍ଧୀ ପରିବାର ବିଷୟରେ କହିଥିଲି। ମାତ୍ର ମୋ କଥାର ଭୁଲ ଅର୍ଥ ବାହାର କରାଯାଇଥିଲା। ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ ମୁଁ କ୍ଷମାପ୍ରାର୍ଥନା କରୁଛି। ବିଜୁବାବୁ ଆମ ପାଇଁ ସର୍ବଦା ଷ୍ଟେଟସ୍‌ ମ୍ୟାନ୍ ଥିଲେ ଓ ରହିବେ।

ପୂର୍ବରୁ ମଧ୍ୟ ବିଜୁ ପଟ୍ଟନାୟକ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ସ୍ପଷ୍ଟ କରିଥିଲେ ନିଶିକାନ୍ତ। ସେ କହିଥିଲେ ମୁଁ ମୋର କୌଣସି ଟ୍ବିଟ୍‌ରେ ବିଜୁ ବାବୁଙ୍କୁ ଟାର୍ଗେଟ୍‌ କରି ନ ଥିଲି। ଯଦି ମୋ ଟ୍ବିଟ୍‌ କାହାକୁ ଆଘାତ ଦେଇଥାଏ, ତାହେଲେ ମୁଁ ତାଙ୍କୁ ବୁଝାଇବି। ବିଜୁ ବାବୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଥିଲେ। ବିଜେପି ତାଙ୍କୁ ପୁରା ସମ୍ମାନ କରେ। ଯେତେବେଳେ କଂଗ୍ରେସ ବିଜୁ ବାବୁଙ୍କ ପ୍ରତି ଅନ୍ୟାୟ କରିଥିଲା। ସେତେବେଳେ ଜନସଂଘ ଓ ବିଜେପି ତାଙ୍କ ପାଇଁ ଛିଡ଼ା ହୋଇଥିଲା।ଅନ୍ୟ ଦିଗରେ ବିଜେଡି ଉପସଭାପତି ଦେବୀ ମିଶ୍ର ନିଶିକାନ୍ତଙ୍କ କ୍ଷମା ପ୍ରାର୍ଥନାକୁ କଟାକ୍ଷ କରିଛନ୍ତି । ଏହା ଗୋଇଠା ମାରି ବିଷ୍ଣୁ କରିବା ସହ ସମାନ । ବିଜେପିର ରାଜ୍ୟ ତଥା ଜାତୀୟ ନେତା ଏବାବଦରେ ପାଟି ଖୋଲୁ ନାହାଁନ୍ତି ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ