ଆରମ୍ଭ ହେଲା ଡିଜିଟାଲ ଜନଗଣନା; ପ୍ରଥମ ପର୍ଯାୟରେ ରାଜ୍ୟପାଳ ଓ ମେୟରଙ୍କଠାରୁ ଆରମ୍ଭ ହେଲା ସ୍ଵଗଣନା

ଡିଜିଟାଲ ଆପରେ ହେବ ଜନଗଣନା ।ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍‌ସାଇଟ ମାଧ୍ୟମରେ ଦେଇପାରିବେ ।ଘରେ ବସି ନିଜେ କରିପାରିବେ ସ୍ଵ-ଜନଗଣନା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ ।ରାଜ୍ୟପାଳ ନିଜ ଲାପଟୋପରୁ ଲଗିନ କରି ଜନଗଣନା ପାଇଁ ନିଜର ତଥ୍ୟ ଦେଇଛନ୍ତି । ସେହିପରି ମେୟର ସୁଲୋଚନା ଦାସ ମଧ୍ୟ ଭୁବନେଶ୍ୱରବାସୀଙ୍କୁ ସ୍ଵ ଜନଗଣନାରେ ସାମିଲ ହେବା ପାଇଁ ଆହ୍ୱାନ ଦେବା ସହ ଜଣେ ସଚେତନ ନାଗରିକ ଭାବେ ନିଜର ଠିକ ତଥ୍ୟ ପ୍ରଦାନ ପାଇଁ ଆହ୍ୱାନ ଦେଇଛନ୍ତି।ଜନଗଣନା ପାଇଁ ସରକାର ତିଆରି କରିଛନ୍ତି ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, ପରିବାରକୁ ତଥ୍ୟ, LPG ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯିବ । ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ ଜନତା । ୧୯୪୮ ଜଣଗଣନା ଆକ୍ଟ ଅନୁସାରେ ସବୁ କରାଯାଉଛି । ଜଣଗଣନା କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ନିବେଦନ କଲେ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । ସେ କହିଛନ୍ତି, ୧ ଲକ୍ଷ ଜନଗଣନାକାରୀ ଏଥିରେ ସାମିଲ ହୋଇଛନ୍ତି । ଜନ ଗଣନାକାରୀଙ୍କୁ ୧୫୦ରୁ ୨୦୦ ଘର ଆଲର୍ଟ କରାଯାଇଛି । ସେନସସ୍ ପୋର୍ଟାଲରେ ମ୍ୟାପିଂ କରାଯାଇଛି । ଆସନ୍ତା ୧୫ ପରେ ଘରକୁ ଘର ଯାଇ ଜନଗଣନା କରାଯିବା।

ଅଧିକ ପଢନ୍ତୁ