ଜିଲ୍ଲାସ୍ତରୀୟ ୯୧ତମ ଓଡିଶା ଦିବସ ୨୦୨୬ ମହାସମାରୋହରେ ପାଳିତ

lରାୟଗଡ/୧/୪/୨୬: ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୯୧ତମ ଓଡିଶା ଦିବସ-୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଅନୁଷ୍ଠିତ ସାଧାରଣ ସଭା ଆୟୋଜନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଳାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ଓଡିଶାର ମହାପୁରୁଷମାନଙ୍କ ଭୂମିକା ଏବଂ ଆଜିର ପ୍ରଗତିଶୀଳ ଓଡିଶାରେ ସମସ୍ତ ବର୍ଗର ବିକାଶ ଉପରେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ଓଡ଼ିଆ ଭାଷା ସଂସ୍କୃତି ଓ ଜାତିର ଗୁଣ ଗାନ କରିଥିଲେ l ଓଡ଼ିଆମାନଙ୍କ ଵୀରତ୍ୱ ଅସୀମା ସାହସ, ଜ୍ଞାନ, କ୍ରୀଡା, ଖାଦ୍ୟ, ପର୍ଯଟନ, ବିପର୍ଯ୍ୟୟର ପ୍ରଶମନ ଭଳି ଅନେକ କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ସ୍ବତନ୍ତ୍ର ରାଜ୍ଯ ଗଠନରେ ଓଡିଆ ବରପୁତ୍ରଙ୍କ ଅକ୍ଲାନ୍ତ ପରିଶ୍ରମକୁ ଆଜିର ଛାତ୍ର ଛାତ୍ରୀ ଓ ନୂତନ ପିଢି ବ୍ଯର୍ଥ ହେବାକୁ ଦେବେନାହିଁ । ରାୟଗଡ ଏହାର ଅବିଛେଦ୍ୟ ଅଙ୍ଗ, ଏହାର ପ୍ରଗତି ନିମନ୍ତେ ରାୟଗଡ ବାସୀ ଏବଂ ପ୍ରଶାସନ ସର୍ବଦା ଚେଷ୍ଟିତ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ବିଶିଷ୍ଟ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନିହାର ରଞ୍ଜନ କହଁର, ମୁଖ୍ୟବକ୍ତା ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ,ସାହିତ୍ୟିକ ସୁଶାନ୍ତ କୁମାର ନାୟକ,ପ୍ରକଳ୍ପ ପ୍ରଶାସକ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼,ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ପ୍ରମୁଖ ଯୋଗ ଦେଇ l ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିବା ବେଳେ ଆଜକୁ ୯୦ବର୍ଷ ବିତିଗଲାଣି । ଅତିଥିମାନେ ଓଡିଆ ଭାଷା ଓ ସଂସ୍କୃତିକୁ ଉଦଜୀବିତ ତଥା ସମୃଦ୍ଧ କରିବା ପାଇଁ ଆହ୍ୱନ ଦେଇଥିବା ବେଳେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଓ ଭାଷାଭିତ୍ତିକ ରାଜ୍ଯ ଗଠନରେ ମହାପୁରୁଷମାନଙ୍କ ଉଦ୍ୟମର ସ୍ମୃତି ଚାରଣ କରିଥିଲେ । ଓଡିଆ ଓ ଓଡ଼ିଶାର ସୁରକ୍ଷା ନିମନ୍ତେ ସଭିଏଁ ଏକତ୍ରୀତ ହେବା ଓଡ଼ିଆ ଭାଷା ଭାଷୀଙ୍କୁ ପ୍ରଶଂସା କରିବା, ସାମୁହିକ ବିକାଶ ଚିନ୍ତା କରିବା ଓ ଓଡିଆଙ୍କ ସ୍ବାର୍ଥର ସୁରକ୍ଷା ପ୍ରତି ସଂକଳ୍ପରେ ରହିବା ଉଚିତ। ରାୟଗଡ ଆମ୍ବ, ମାଣ୍ଡିଆ ଓ କପଡାଗୁନ୍ଦାର ଜାତୀୟ ମାନ୍ୟତା ରାୟଗଡ ପାଇଁ ଗର୍ବ ଓ ଗୌରବ ଅଟେ ବୋଲି ଅତୁଥି ମାନେ କହିଥିଲେ lଏହି ଅବସରରେ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ନଗରପାଳ ଶ୍ରୀ ପି ମହେଶ ପଟ୍ଟନାୟକ,ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାଏକ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ,ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ ଚନ୍ଦ୍ର ଜେନା,ଶିକ୍ଷlବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ସୁଶାନ୍ତ ନାୟକ,ଉପନିର୍ଦ୍ଦେଶକ ତଥା ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ସହକାରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରେମ ପାହାଡ଼, ଜିସିଡ଼ି ୱାକର୍ସ କ୍ଲବର ସଭାପତି, ସଦସ୍ୟ ଓ ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସାମୁହିକ ଭାବେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ lଏହାପରେ ସାଂସ୍କୃତିକ ଶୋଭାଯାତ୍ରା ବାହାରି ନୂତନ ବସ ଷ୍ଟାଣ୍ଡରେ ଥିବା ଡ଼ଃ ବାବା ସାହେବ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଜରିଥିଲେ। ସ୍ଥାନୀୟ ଅଦାଲତ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ପାର୍କରେ ଅବସ୍ଥାପିତ ଉତ୍କଳ ମଣି ଗୋପବନ୍ଧୁ ଦାସ, ଜାତିର ଜନକ ମହାତ୍ମା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ, ବିନୋଭା ଭାବେ ଓ ଠକ୍କର ବାପl ଆଶ୍ରମରେ ଥିବା ଠକ୍କର ବାପାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଏହି ଶୋଭା ଯାତ୍ରାରେ ଓକିଲ ସଂଘର ସଭାପତି ଶ୍ରୀ ବ୍ରଜସୁନ୍ଦର ନାୟକ, ସୁନୀଲ ପଣ୍ଡା, କଳିରାମ ମାଝୀ, ବସନ୍ତ କୁମାର ଉଲ୍ଲାକା, ଜନ୍ଧର ପୁଷିକା, ଶଙ୍କର୍ଷଣ ମଙ୍ଗରାଜ, ବି. କାନ୍ତାରାଓ ଓ ବହୁ ମାନ୍ୟଗଣ୍ୟ ଅତିଥି ସମେତ ବିଭିନ୍ନ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ l  ସ୍ଥାନୀୟ ପଟନାୟକ ଅଡିଟୋରୀୟମ ଠାରେ ଫୋଟୋ ଚିତ୍ର ପ୍ରଦର୍ଶନୀକୂ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ lଏହି ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ଥରୀୟ ବିଭନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଓ ପାରମ୍ପରିକ ଝୋଟି ଓ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ କୃତୀ ତଥା ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦିର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମନେ ଉପସ୍ଥିତ ଥିଲେ l ଶେଷରେ ସହକାରୀ ଜିଲ୍ଲା ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥାପିକ ପ୍ରଶାନ୍ତ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ନୀଳାଚଳ ମିଶ୍ର ସହଯୋଗ କରିଥିଲେ l

ଅଧିକ ପଢନ୍ତୁ