ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କଲିକତା ଓ ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ଓ ସମୟ ଅଧିକ ଅପଚୟ ହେଉଥିଲା । ଏହାକୁ ନେଇ ବହୁ ଅଭିଯୋଗ ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଏହାକୁ ନେଇ ଆଲୋଚନା କରିଥିଲେ । ଆଉ ଏହାର ସଫଳ ରୂପାୟନ ହେଉଛି ଏହି ଭିଜା ସେଣ୍ଟର୍ ।ଏହା ଓଡିଶାବାସୀଙ୍କୁ ଆନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ବାରା ଓଡିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି କେନ୍ଦ୍ର ସ୍ଥାପିତ ହେବାଦ୍ବାରା ସମଗ୍ର ବିଶ୍ବ ସହିତ ଓଡିଶାର କନେକ୍ଟିଭିଟି ବୃଦ୍ଧିହେବ। ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରୀକ ସେବା ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ।ବର୍ତ୍ତମାନ VFS global ସେଣ୍ଟର୍ ପାଇଁ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ସ୍ଥାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟୁକେ, ଆୟର୍ଲାଣ୍ଡ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ , ଜାପାନ, ମାରୋକୋ, ଇଜିପ୍ଟ , ମାଲ୍ଟା, ଇଟାଲୀ, ଇଷ୍ଟୋନିଆ ଭଳି ୧୦ ଟି ଦେଶ କୁ ଭିସା ମିଳି ପାରିବ। ବର୍ତ୍ତମାନ ୧୬୭ ଟି ଦେଶରେ ୪ ହଜାର ସେଣ୍ଟର୍ ରହିଛି ।
