ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲରୁ ଫେରାର ଥିବା କଏଦୀ

୬ ମାସ ପରେ ପୋଲିସକୁ ମିଳିଲା ସଫଳତା । ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏକ ମାସ ତଳେ ଆଉ ଜଣେ ଫେରାର ଥିବା କଏଦୀ ମଧୁକାନ୍ତ ରଣାକୁ ଗିରଫ କରିଥିଲା ପୋଲିସ ।ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କମିସନରେଟ ପୁଲିସ ଓଡ଼ିଶା ଆଣୁଛି । ଏବେ ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଫେରାର ପଛର ଗୁମରର ପର୍ଦ୍ଦାଫାସ ହେବ । ସୂଚନାମୁତାବକ ଅଭିଯୁକ୍ତ ଦୁଇଜଣ ଜେଲ୍ ଗ୍ରିଲ୍ କାଟି ଯୋଜନାବଦ୍ଧ ଭାବରେ ଚମ୍ପଟ ମାରିଥିଲେ । ଦଶହରା ଭସାଣି ଦିନ ସକାଳୁ ଜେଲରୁ ଚମ୍ପାଟ ମାରିଥିଲେ । ଯାହା ପରେ ଜେଲ୍ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଉଭୟ ଚୌଦ୍ବାର ଜେଲରୁ କେମିତି ଖସିଲେ? ଜେଲ୍‌ରୁ ଫେରାର ପଛରେ କିଏ କରିଥିଲେ କି ସହଯୋଗ? ତା’ର ଖୁବଶୀଘ୍ର ପର୍ଦ୍ଦାଫାସ ହୋଇପାରେ ।

ଅଧିକ ପଢନ୍ତୁ