୭ ଦିନ ଭିତରେ ଉଠିବ ବଳକା ଧାନ: ସମବାୟ ମନ୍ତ୍ରୀ

ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର। ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି ସେମାନେ ଏହି ୭ ଦିନ ଭିତରେ ଧାନ ବିକ୍ରି କରିପାରିବେ । ଏଭଳି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି ସେମାନେ ଏହି ୭ ଦିନ ଭିତରେ ଧାନ ବିକ୍ରି କରିପାରିବେ। ମିଲରେ ଜାଗାର ଅଭାବ ପାଇଁ ଧାନ କିଣା ପ୍ରକ୍ରିୟା କିଛି ସମୟ ପାଇଁ ବିଳମ୍ବ ହୋଇଥିଲା। ଜଣେ ବି ଚାଷୀର ଧାନ ରହିବ ନାହିଁ। ସରକାର ସମସ୍ତ ଧାନ ଉଠାଇବେ। ଆସନ୍ତାବର୍ଷକୁ ଏପରି ସମସ୍ୟା ଯେପରି ନହେବ ସେନେଇ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି।

ଅଧିକ ପଢନ୍ତୁ