ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ । ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ ପାଇଁ କୁହାଯାଇଛି ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସହରାଞ୍ଚଳରେ ପିଏନଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଖାଉଟି ପିଏନଜି ସଂଯୋଗ ନେବେ, ସେମାନେ ଆଉ ଏଲପିଜି ବ୍ୟବହାର କରିପାରିବେ ନାହିଁ । ଆଗାମୀ ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ବଡ ସହରରେ ଏହି ପ୍ରକ୍ରିୟା ଶେଷ କରିବାକୁ ତୈଳ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ଏଲପିଜି ସିଲିଣ୍ଡର ସେବା ଜାରି ରହିବ । ଏହାସହ ଏଲପିଜି ଗ୍ରାହକଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି । ସହରରେ ରହୁଥିବା ଭଡ଼ାଟିଆମାନେ ମଧ୍ୟ ସହଜରେ ପିଏନ୍ଜି ସଂଯୋଗ ନେଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
