ପେଟ୍ରୋକେମିକାଲ୍ କ୍ଷେତ୍ରକୁ କେନ୍ଦ୍ରର ବଡ଼ ଆଶ୍ୱସ୍ତି, ଆମଦାନୀ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିବା ବେଳେ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟି ଶିଳ୍ପକୁ ପ୍ରୋତ୍ସାହନ । ୪୦ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ଜୁନ ୩୦ ଯାଏ ସୀମା ଶୁଳ୍କ ଛାଡ଼ କରାଯାଇଛି । ମୋଟ ୪୦ଟି ପଦାର୍ଥ ଉପରୁ ଶୁଳ୍କ ହଟାଯାଇଛି । ଯେଉଁଥିରେ ରହିଛି ଆନହାଇଡ୍ରସ୍ ଆମୋନିଆ । ଯାହା ସାର ତିଆରିରେ ବ୍ୟବହୃତ ହୁଏ । ଏହାସହ ମିଥାନୋଲ, ଟୋଲୁଇନ୍, ଷ୍ଟାଇରିନ୍ ଓ ଭିନାଇଲ୍ କ୍ଲୋରାଇଡ୍ ମନୋମର ଭଳି ସାମଗ୍ରୀ ଉପରୁ ଶୁଳ୍କ ଛାଡ କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପକୁ ଫାଇଦା ମିଳିବ । ଶିଳ୍ପଗୁଡିକ ଶସ୍ତାରେ କଞ୍ଚାମାଲ ପାଇବେ ।

ଅଧିକ ପଢନ୍ତୁ

kc ads