ଏଫ୍-୧୫-ଇ ଏବଂ ଏ-୧୦ ଯୁଦ୍ଧ ବିମାନ ଖସିବା ପରେ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା

ଆମେରିକୀୟ ଯୁଦ୍ଧ ବିମାନ ଏଫ୍-୧୫-ଇ ଏବଂ ଏ-୧୦ କୁ ଇରାନରେ ଖସାଇ ଦିଆଯିବା ଘଟଣା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଟ୍ରମ୍ପ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯୁଦ୍ଧ ବିମାନ ଖସିବା ଯୋଗୁଁ ଇରାନ ସହିତ ଚାଲିଥିବା ଆଲୋଚନା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଏକ ଯୁଦ୍ଧ। ଆମେ ଏକ ଯୁଦ୍ଧରେ ଅଛୁ।ଇରାନର ଅର୍ଦ୍ଧ-ସରକାରୀ ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି, ଇରାନର ବାୟୁ ପ୍ରତିରକ୍ଷା ହର୍ମୁଜ୍ ପ୍ରଣାଳୀ ନିକଟରେ ଏକ ଆମେରିକୀୟ ଏ-୧୦ ବିମାନକୁ ଗୁଳି କରି ଖସାଇ ଦେଇଛି। ଇରାନ ଏହାର ଭିଡିଓ ମଧ୍ୟ ଜାରି କରିଛି। ଇରାନୀ ସେନା କହିଛି, ରଣନୈତିକ ଜଳପଥର ଦକ୍ଷିଣ ଏବଂ ଚାରିପାଖରେ ସମୁଦ୍ର ଅଞ୍ଚଳରେ ବିମାନକୁ ଟାର୍ଗେଟ କରାଯାଇଥିଲା।ପୂର୍ବରୁ ଆମେରିକୀୟ ଏଫ୍-୧୫ଇ ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧ ବିମାନକୁ ଗୁଳି କରି ଇରାନ ପକ୍ଷରୁ ଖସାଇ ଦିଆଯାଇଥିବା ଖବର ପ୍ରକାଶ ପାଇଥିଲା। ଉଭୟ ପାଇଲଟ୍ ଖସି ପଳାଇଥିବା କୁହାଯାଇଥିଲା। ଆମେରିକୀୟ ସେନା ଏକ ଉଦ୍ଧାର କାର୍ଯ୍ୟ ଚଳାଇ ଇରାନରୁ ଏହାର ଜଣେ ପାଇଲଟ୍‌ଙ୍କୁ ଉଦ୍ଧାର କରିଥିବା କହିଛି। ତେବେ ଦ୍ୱିତୀୟ ପାଇଲଟ୍‌ଙ୍କ ପତ୍ତା ଅଜଣା ରହିଛି ଏବଂ ପରସ୍ପର ବିରୋଧୀ ରିପୋର୍ଟ ପ୍ରକାଶ ପାଉଛି।

ଅଧିକ ପଢନ୍ତୁ