ଯୁଦ୍ଧ ୪୦ ଦିନ ଲମ୍ବିଲେ ସୃଷ୍ଟି ହେବ ବଡ଼ ଖାଦ୍ୟ ସଂକଟ: ଏଫ୍‌ଏଓର ଚେତାବନୀ

ଦିନକୁ ଦିନ ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ମଧ୍ୟପ୍ରାଚ୍ୟ ଏବେ ଏକ ଭୟଙ୍କର ଅର୍ଥନୈତିକ ଯୁଦ୍ଧର ସମ୍ମୁଖୀନ ହୋଇଛି । ଇରାନ ପ୍ରତିରକ୍ଷା ବାହିନୀ କୁଏତ ଓ ୟୁଏଇର ଶକ୍ତି କେନ୍ଦ୍ର, ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଛି । ତେହେରାନର ଏହି ରଣନୈତିକ ପରିବର୍ତ୍ତନ ଉପସାଗରୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହା କେବଳ ସାମରିକ ପ୍ରତିରୋଧ ନୁହେଁ, ପାରସ୍ପରିକ ବିନାଶ ପାଇଁ ବିଧ୍ବଂସକାରୀ ରଣନୀତି ବୋଲି କୁହାଯାଉଛି । ଏହାଦ୍ୱାରା ବିଶ୍ୱବ୍ୟାପୀ ଖାଦ୍ୟପାନୀୟ ସାମଗ୍ରୀ ଦର ମାର୍ଚ୍ଚରେ ବଡ଼ ମାତ୍ରାରେ ବଢ଼ିଯାଇଛି । ଏହା ଗତବର୍ଷ ସେପ୍ଟେମ୍ବର ପରେ ସବୁଠାରୁ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି । ଏହାର କାରଣ ହେଉଛି ଇତିମଧ୍ୟରେ ତେଲ ଏବଂ ଗ୍ୟାସ ଦରରେ ଦ୍ରୁତ ବୃଦ୍ଧି । ମିଳିତ ଜାତିସଂଘର ସଂସ୍ଥା ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍‌ଏଓ)ର କହିବାନୁସାରେ, ଯଦି ଇରାନ ଯୁଦ୍ଧ ଜାରି ରୁହେ ତେବେ ଖାଦ୍ୟ ପାନୀୟ ଦର ଆଗକୁ ଆହୁରି ବଢ଼ିପାରେ ।

ଏଫ୍‌ଏଓର ମୁଖ୍ୟ ଅର୍ଥନୀତିଜ୍ଞ ମେକ୍ସିମୋ ତୋରେରୋ କହିଛନ୍ତି ଯେ, ଇରାନ ଯୁଦ୍ଧ ଆଉ ୪୦ ଦିନ ଲମ୍ବିଲେ ଏବଂ ଅଶୋଧିତ ସାମଗ୍ରୀ ତଥା ସାର ଦର ଅଧିକ ରହିଲେ ଚାଷୀ ବିହନ ବୁଣା କାର୍ଯ୍ୟକୁ ଅଟକାଇପାରନ୍ତି । ଏଭଳି ଫସଲ ଆଡ଼କୁ ଏମାନେ ମନ ବଳାଇପାରନ୍ତି ଯେଉଁଥିରେ ସାର ବ୍ୟବହାର କମ୍‌ ହୋଇଥାଏ ।ଯଦି ଚାଷୀ ଏହା କରନ୍ତି ତେବେ ଭବିଷ୍ୟତରେ ଉତ୍ପାଦନ ଉପରେ ପ୍ରଭାବ ପଡ଼ିବ ଏବଂ ଆଗାମୀ ଦିନରେ ଖାଦ୍ୟ ଯୋଗାଣ ଏବଂ କମୋଡିଟି ଦର ପ୍ରଭାବିତ ହୋଇପାରେ ।

ଅଧିକ ପଢନ୍ତୁ