ହଜିଯାଇଥିବା ମୋବାଇଲକୁ ପୋଲିସ ପକ୍ଷରୁ ମାଲିକଙ୍କୁ ଦିଆଯାଇଛି ।

ଆର, ଉଦୟଗିରି):ହଜିଥିବା ମୋବାଇଲକୁ ଫେରିପାଇଲେ ୨ ମାଲିକ l ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଛେଳିଗଡ଼ ଗ୍ରାମର ପି ମାଲେଶ୍ୱର ରାଓ ନାମକ ଜଣେ ଯୁବକ ଗତବର୍ଷ ଡିସେମ୍ବର ୧୧ ତାରିଖ ଦିନ ନିଜ ଗାଁ ଛେଳିଗଡ ଠାରୁ ଉଦୟଗିରି ଲଷ୍ମୀବସ୍ ରେ ଯାଉଥିବା ସମୟରେ ନିଜର ଏକ ରିଅଲ ମି ଫୋନ ଟି ହଜିଯାଇଥିଲା l ତାପରେ ତିନିଦିନ ପରେ ଅର୍ଥାତ ୧୫ତାରିଖ ଦିନ ସେ ରା଼ -ଉଦୟଗିରି ଥାନାରେ ଗୋଟେ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ଦୀର୍ଘ ୩ମାସପରେ ପୋଲିସ ମୋବାଇଲକୁ ଖୋଜି ପାଇଲା l ଏବଂ ଆଜି ଆର -ଉଦୟଗିରି ଥାନା ପକ୍ଷରୁ
ଏ ଏସ ଆଇ
ତାରିଣୀ ପାଢ଼ୀ
ଉକ୍ତ ଯୁବକ ପି ମାଲେଶ୍ୱର ରାଓ ଙ୍କୁ ଥାନାକୁ ଡାକି ନିଜ ମୋବାଇଲକୁ ହସ୍ତାନ୍ତର କରିଛନ୍ତି l ତତ ସହିତ କିଛି ଦିନ ପୂର୍ବେ ଯଚ୍ଛନା ପାଇକ ନାମକ ଜଣେ ମହିଳାଙ୍କର ମଧ୍ୟ ମୋବାଇଲ ହଜିଯାଇଥିଲା ତାଙ୍କୁ ମଧ୍ୟ ଫେରାଇଥିବା ନେଇ ରା଼ -ଉଦୟଗିରି ଉପଖଣ୍ଡ ଆରୋକ୍ଷୀ ଅଧିକ୍ଷକ ଆଇ ପି ଏସ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି l

ଅଧିକ ପଢନ୍ତୁ