ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ସଂତୃପ୍ତ ମିଶ୍ର, ଦିଲ୍ଲୀପ ରାୟ

ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାରୁ ୩ ସାଂସଦ ବି ଶପଥ ନେଇଛନ୍ତି ।ମନମୋହନ ସାମଲଙ୍କର ରାଜ୍ୟସଭାରେ ଏହା ଦ୍ବିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର ସଂତୃପ୍ତ ମିଶ୍ର ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି ସଂତୃପ୍ତ ମିଶ୍ର ।ଆଜି ସେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଦିଲ୍ଲୀପ ରାୟଙ୍କର ରାଜ୍ୟସଭାରେ ଏହା ତୃତୀୟ ପାଳି। ୧୮ ବର୍ଷ ପରେ ପୁଣି ରାଜ୍ୟସଭାକୁ ଫେରିଛନ୍ତି । ପୂର୍ବରୁ ଗୋଟିଏ ଥରେ ଜନତା ଦଳ ଟିକେଟରେ ରାଜ୍ୟସଭାକୁ ଯାଇଥିବା ବେଳେ ଥରେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ । ଏଥର ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ଅଧିକ ପଢନ୍ତୁ