ଶ୍ରୀମନ୍ଦିରକୁ କରାଯିବ ଆକର୍ଷଣୀୟ ଆଲୋକୀକରଣ । ୧୭ରୁ ୧୮ କୋଟି ଟଙ୍କାରେ ହେବ ଆଲୋକୀକରଣ ବ୍ୟବସ୍ଥା । ଭକ୍ତ ପାଇବେ ନୂଆ ଆଧ୍ୟାତ୍ମିକ ଅନୁଭୂତି । ଶ୍ରୀମନ୍ଦିର ସହିତ ଭିତର ବେଢାରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକରେ ମଧ୍ୟ ସୁନ୍ଦର ଭାବେ କରାଯିବ ଆଲୋକୀକରଣ । ଶ୍ରୀମନ୍ଦିର ଚାରି ଦ୍ବାର, ମେଘନାଦ ପାଚେରି, କୁରୁମବେଢା, ଜଗମୋହନ, ନାଟମଣ୍ଡପ, ଆନନ୍ଦ ବଜାରର ଆଲୋକୀକରଣ ହେବ । ସେହିପରି ଭିତର ବେଢା଼ରେ ମା ଲକ୍ଷ୍ମୀ, ବିମଳାଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରର ଆଲୋକୀ କରଣ କରାଯିବ । ଏହି ଆଲୋକୀକରଣ ବ୍ୟବସ୍ଥାର ପାଞ୍ଚ ବର୍ଷ ପାଇଁ ରକ୍ଷଣ ବେକ୍ଷଣ ନେଇ ମଧ୍ୟ ଖୁବ ଶୀଘ୍ର ଟେଣ୍ଡର କରାଯିବ । ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବା ପରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏକ ନୂଆ ଅନୁଭୂତି ପାଇପାରିବେ । ଆସନ୍ତା ତିନି ରୁ ଚାରିମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ।
