ବିମାନ ଯାତ୍ରୀଙ୍କୁ ବଡ଼ ଝଟକା, ଭଡ଼ା ବଢାଇଲା ଏୟାର ଇଣ୍ଡିଆ

ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା ।କମ୍ପାନୀ ୮ ଏପ୍ରିଲରୁ ଏହାର ଇନ୍ଧନ ସରଚାର୍ଜ ଢାଞ୍ଚାରେ ପରିବର୍ତ୍ତନ ଘୋଷଣା କରିଛି, ଯାହା ଫଳରେ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟରେ ଟିକେଟ ମୂଲ୍ୟ ଅଧିକ ହେବ । ଏହି ନୂଆ ଦର ୮ଏପ୍ରିଲ ସକାଳ ୯ଟା ପରେ ବୁକିଂ ହେଉଥିବା ଟିକେଟ୍ ଉପରେ ଲାଗୁ ହେବ ।ବର୍ତ୍ତମାନ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀମାନଙ୍କୁ ବିମାନର ଦୂରତା ଅନୁଯାୟୀ ୨୯୯ ଟଙ୍କାର ୮୯୯ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଭଡ଼ା ଦେବାକୁ ହେବ । ୫୦୦ କିମିରୁ କମ୍ ଦୂରତା ପାଇଁ ୨୯୯ ଟଙ୍କା ଦେବାକୁ ହେବ । ୫୦୧ କିମିରୁ ୧,୦୦୦ କିମି ମଧ୍ୟରେ ୩୯୯ ଟଙ୍କା ଅଧିକ ଦେବାକୁ ହେବ । ୧,୦୦୧ କିମିରୁ ୧,୫୦୦ କିମି ମଧ୍ୟରେ ଅତିରିକ୍ତ ୫୪୯ ଟଙ୍କା, ୧,୫୦୧ କିମିରୁ ୨,୦୦୦ କିମି ମଧ୍ୟରେ ଅଧିକ ୭୪୯ ଟଙ୍କା ଦେବାକୁ ହେବ ।ସେହିଭଳି ୨,୦୦୦ କିମିରୁ ଅଧିକ ଦୂରତା ପାଇଁ ଅଧିକ ୮୯୯ ଟଙ୍କା ଦେବାକୁ ହେବ । ଏୟାର ଇଣ୍ଡିଆ ସୂଚିତ କରିଛି ଯେ ଅନ୍ତର୍ଜାତୀୟ ରୁଟରେ ଇନ୍ଧନ ସରଚାର୍ଜ ମଧ୍ୟ ସଂଶୋଧନ କରାଯାଇଛି, ଯାହା ସେହି କ୍ଷେତ୍ରଗୁଡ଼ିକରେ ଟିକେଟ୍ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିପାରେ।

ଅଧିକ ପଢନ୍ତୁ