ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ।୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ କରିବ ପଚରା ଉଚରା । ଆସନ୍ତା ୯ ରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି| ୬ ମାସ ପରେ ପୁଣି ଚୌଦ୍ବାର ଜେଲରେ ରାଜା ସାହାଣୀ। ୩ ନମ୍ବର ୱାର୍ଡର ୨ ନମ୍ବର ସେଲରେ ଥିଲେ ହାର୍ଡକୋର ଅପରାଧୀ। ରାଜାର ଗତିବିଧି ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଥିଲେ। ରାଜାକୁ ହାଇ ସିକ୍ୟୁରିଟି ସେଲରେ ରଖାଯାଇଥିଲା। ସୂଚନାମୁତାବକ ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ କରିଥିଲା ଡକାୟତି। ଦିନ ପ୍ରାୟ ୨ଟା ସମୟରେ ହୁନସୁର ବସଷ୍ଟାଣ୍ଡ ନିକଟରେ ଥିବା ସ୍କାଏ ଗୋଲଡ୍ ଏବଂ ଡାଇମଣ୍ଡ ଗହଣା ଦୋକାନରୁ ରାଜା ନେତ୍ବତ୍ବରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ଲାଙ୍କ ଫାୟାରିଂ କରି ମାତ୍ର ୬ ମିନିଟରେ ୮କେଜି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ। ଯାହା ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ। ଏହି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ।ପୂର୍ବରୁ ଗିରଫ ହୋଇଥିବା ମଧୁକାନ୍ତ ରାଣାକୁ ଭୁବନେଶ୍ବର ଝାରପଡ଼ା ଜେଲରେ ରଖାଯାଇଥିବା ବେଳେ ଏବେ ରାଜା ସାହାଣୀକୁ ଚୌଦ୍ବାର ଜେଲର ସ୍ପେଶାଲ ସେଲରେ ଗୋଡ଼ରେ ବେଡ଼ି ପକାଇ ସିସିଟିଭି ସର୍ଭେଲାନ୍ସ ଭିତରେ ରଖିବାକୁ ଜେଲ୍ ଅଧୀକ୍ଷକ କୋର୍ଟଙ୍କୁ ନିବେଦନ କରିବେ ବୋଲି ଜଣାପଡ଼ିଛି ।
