ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ । ଚଳିତ ବର୍ଷ ଏଲନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ହାରାହାରି ୯୨ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି ।ସାଧାରଣତଃ ଏହି ସମୟରେ ହେଉଥିବା ବର୍ଷା (LPA) ତୁଳନାରେ ଏହା କମ୍ । ଦେଶର ଅଧିକାଂଶ ଭାଗରେ କମ୍ ବର୍ଷା ହେବାକୁ ଥିବାବେଳେ ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇପାରେ । ଜୁନ୍ ପରେ ସମୁଦ୍ରରେ ‘ଏଲ୍-ନିନୋ’ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହା ସାଧାରଣତଃ ଭାରତରେ ବର୍ଷାର ପରିମାଣ କମାଇ ଦେଇଥାଏ ।ମୌସୁମୀ ଋତୁରେ ବର୍ଷାକୁ ନେଇ ଭାରତୀୟ ପାଣପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇ ଦେଇଛି।
