ବାଲେଶ୍ବର FM କଲେଜ ପୁଣି ଚର୍ଚ୍ଚାରେ ! ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ଓଡ଼ିଆ ବିଭାଗ ଏଚ୍ଓଡି

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ବିଭାଗୀୟ ମୁଖ୍ୟ । ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ସମସ୍ତ ସ୍ଥିତି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ଯାଞ୍ଚ ହୋଇଥିବାବେଳେ ଅଭିଯୋଗ ଆଧାରରେ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ବିଭାଗର ଏଚ୍ଓଡିଙ୍କୁ ପଦରୁ ବହିଷ୍କାର କରାଯାଇଛି । ।୨୦୨୫ ଜୁଲାଇ ୧୨ରେ ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ଘଟଣା ମନରୁ ନ ଲିଭୁଣୁ ପୁନର୍ବାର ଏଭଳି ଘଟଣା ସମସ୍ତଙ୍କ ଚକିତ କରିଛି ।ଛାତ୍ରୀଙ୍କ ଅଭିଯୋଗ କ୍ରମେ ତଦନ୍ତ ପାଇଁ ଇଣ୍ଟରନାଲ କମ୍ପ୍ଲେନ କମିଟି – ICCକୁ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ । ଯେତେ ଶୀଘ୍ର ସମ୍ଭବ ତଦନ୍ତ କରି ରିପୋର୍ଟ ଦେବାକୁ ICCକୁ କୁହାଯାଇଛି । ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନିକଟକୁ speed post ମଧ୍ୟମରେ ଅଭିଯୋଗ ଯାଇଥିଲା ।

ତେବେ ଆସନ୍ତା ୧୫ ତାରିଖରେ ଅଭିଯୋଗ କରିଥିବା ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ବୟାନ ଦେବାକୁ କୁହାଯାଇଛି । ଗତ ୬ ତାରିଖରେ ଆସିଷ୍ଟାଣ୍ଟ ପ୍ରଫେସର ତଥା ଓଡ଼ିଆ ବିଭାଗର HOD ଡକ୍ଟର ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ ଛାତ୍ରୀଜଣଙ୍କ।

ଅଧିକ ପଢନ୍ତୁ