ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୋସୋ ଆକ୍ଟ ଉପରେ ସଚେତନତା ଶିବିର

ନୟାଗଡ଼, (ଓଡ଼ିଶା ଦର୍ପଣ):ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧକ୍ଷା  ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଇଉନିଟେକ୍ କଲେଜ  ସମ୍ମିଳନୀ କକ୍ଷରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୋସୋ ଆକ୍ଟ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ସଚିବ ଅଞ୍ଜଳି ମଛଖଣ୍ଡ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ କର୍ମଚାରୀ ପବନ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ସଚିବ ଅଞ୍ଜଳି ମଛଖଣ୍ଡ ନିଜ ବକ୍ତବ୍ୟରେ ପୋସୋ ଆକ୍ଟ କଣ ଏହା ପ୍ରଣୟନ କରିବାର ଲକ୍ଷ୍ୟ ଏଵଂ ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋଚନା କରିଥିଲେ l ସୁପ୍ରିମକୋର୍ଟର ଗାଇଡ ଲାଇନ ଅନୁଯାଇ ନାରୀ ସୁରକ୍ଷା ଉପରେ ପୁଙ୍ଖlନୁପୁଙ୍ଖ ଭାବରେ ବୁଝାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ଦଣ୍ଡପାଣି ସ୍ବାଇଁ, ଉପ – ଅଧକ୍ଷ କେ. ଦଣ୍ଡପାଣି ପାତ୍ର, ଅଧ୍ୟାପିକା ସ୍ମିତlରlଣି କର, କାଉନସିଲର କ୍ଷଣପ୍ରଭା କର ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ l ଏହି କାର୍ଯକ୍ରମକୁ ସଫଳ କରିବାରେ ସମ୍ପୂର୍ଣ ସହଯୋଗ କରିଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର, ଆଇନ ସେବା ପ୍ରାଧିକରଣର କର୍ମଚାରୀ ଏଵଂ ଇଉନିକଟେକ୍ କଲେଜର ସୁରେଶ ଚନ୍ଦ୍ର ଡାକୁଆ, ପ୍ରଫୁଲ୍ଲ କୁମାର ନିଶଙ୍କ, ପ୍ରସାନ୍ତ କୁମାର ମହାପାତ୍ର, ସୁଧାଂଶୁ ଶେଖର ପଟ୍ଟନାୟକ ଏଵଂ ନବୀନ ରଞ୍ଜନ ସାହୁ ପ୍ରମୁଖ l

ଅଧିକ ପଢନ୍ତୁ