
ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷ୍ୟେ ବଂଶୀଧର ସ୍ମୃତି ପରିଷଦ ତରଫରୁ ତଥା ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ୍ ଆଣ୍ଡ ଡେଭଲପମେଣ୍ଟ ଆନୁକୂଲ୍ୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ମନୋଜ କୁମାର ସାହୁଙ୍କ ପରିଚାଳନାରେ ୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ, ବଂଶୀଧର ମହାବିଦ୍ୟାଳୟ ଠାରେ ସଭାପତି ବିଦୁଲତା ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ସଭାପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବଂଶୀଧର ସାହୁଙ୍କ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା। ହନୁମାନ ଚାଳିଶା ସୁଜାତା ସାହୁ ପାଠ କରିଥିଲେ। ଉମେଶ ଚନ୍ଦ୍ର ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ,ସଭା ସଂଯୋଜନା ଡ଼. ସୁକାନ୍ତି ମହାନ୍ତି କରିଥିଲେ।ମୁଖ୍ୟ ଅତିଥି – ପ୍ରମୋଦ ପଟ୍ଟନାୟକ ,ମୁଖ୍ୟ ବକ୍ତା – ନିରାକାର ସ୍ୱାଇଁ ,ସମ୍ମାନିତ ଅତିଥି – ରୀନବାଳା ସାହୁ ଓ ବିଦେଶୀ ନାୟକ ଯୋଗ ଦେଇ ବଂଶୀଧର ସାହୁଙ୍କ ଉପରେ ଓଜସ୍ଵିନୀ ଭାଷଣ ଦେବା ସହ କବି କାବ୍ୟ ଓ କବିତା ବିଷୟରେ ଆଲୋଚନା କରିଥିଲେ। ଆମ୍ବେଦକରଙ୍କ କାର୍ଯ୍ୟକଳାପ ତଥା ହନୁମାନଙ୍କ ଉପରେ ମଧ୍ୟ ଆଲୋକପାତ୍ କରିଥିଲେ।ବିଦେଶୀ ନାୟକ – ବଂଶୀଧର ସ୍ମୃତି ସାରସ୍ଵତ ସମ୍ମାନ-୨୦୨୬ ନୀଳିମା ନନ୍ଦ – ବଂଶୀଧର ସ୍ମୃତି ସାହିତ୍ୟ ସମ୍ମାନ -୨୦୨୬ ଗୋପୀନାଥ ପରିଡ଼ା – ବଂଶୀ ଧର ସ୍ମୃତି ଯୁବ ସାହିତ୍ୟ ସମ୍ମାନ ୨୦୨୬ ଅରୁଣ କୁମାର ସାହୁ – ବଂଶୀଧର ସ୍ମୃତି ପତ୍ରକାର ସମ୍ମାନ ୨୦୨୬ ରବୀନ୍ଦ୍ର ରାଉତ- ବଂଶୀଧର ସ୍ମୃତି ଗୌରବ ସମ୍ମାନ ୨୦୨୬ ଙ୍କୁ ପ୍ରଦାନ କରା ଯାଇଥିଲା।ରଙ୍ଗନାଥ ବେହେରା, କିଶୋର ସାହୁ, ସୁଜାତା ସାହୁ, ଶେଖ୍ ଅବଦୁଲ ଖାଲିକ୍, ନିର୍ମଳଚନ୍ଦ୍ର ଶୂରଦେଓ , ଗୋଲକ ବିହାରୀ ନାଏକ, ଦେବେନ୍ଦ୍ର ନାଥ ପରମ ଗୁରୁ, ଅନିତା ସ୍ୱାଇଁ, ମମତା ମଞ୍ଜରୀ ଦେବୀ, ମାଗୁଣି ଖଣ୍ଡା, ଡ଼ ସୁକାନ୍ତି ମହାନ୍ତି ଇତ୍ଯାଦି ୬୦ ଜଣ କବି ସ୍ଵ-ରଚିତ କବିତା ପାଠ କରି ଥିଲେ।ହରପ୍ରିୟା ଦ୍ୱିବେଦୀ ଓ କ୍ଷଣପ୍ରଭା କର କବିତା ଗୁଡ଼ିକ ସଂଯୋଜନା କରିଥିଲେ। ଶେଷରେ ଡ଼. ସୁକାନ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
