ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ।ଡିଲିମିଟେସନ ବିଲ ପ୍ରସଙ୍ଗ ଉଠାଇ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଚ୍ଚନାୟକ । ୪୮ ଘଣ୍ଟା ଭିତରେ ସ୍ୱତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ ଦେଲେ । ନବୀନଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬’ ଦ୍ୱାରା ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ ମଧ୍ୟ ଓଡ଼ିଶାର ସାମଗ୍ରିକ ପ୍ରତିନିଧିତ୍ୱ ହ୍ରାସ ପାଇବ। ବର୍ତ୍ତମାନ ସଂସଦରେ ଓଡ଼ିଶାର ଅଂଶଧନ ୩.୯% ଥିବା ବେଳେ ଏହା ୩.୪%କୁ ଖସି ଆସିବ, ଯାହାକି ରାଜ୍ୟର ରାଜନୈତିକ କ୍ଷମତାରେ ପ୍ରାୟ ୧୫% କ୍ଷତି ବୋଲି ସେ ଦର୍ଶାଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଓଡ଼ିଶା ଭଳି ପ୍ରଗତିଶୀଳ ରାଜ୍ୟକୁ ଏହାଦ୍ୱାରା ଦଣ୍ଡିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। । ଅନ୍ୟପଟେ ଡିଲିମିଟେସନ ବିଲକୁ ସଂସଦରେ ବିରୋଧ କରିବ ଇଣ୍ଡିିଆ ବ୍ଲକ । ଇଣ୍ଡିଆ ବ୍ଲକର ବୈଠକ ପରେ ସୂଚନା ଦେଲେ ମଲ୍ଲିକାର୍ଜୁନ ଖଡଗେ । ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ ଦୁର୍ବଳ କରିବା ଆଶଙ୍କା ରହିଛି କହିଲେ ଖଡଗେ । ଆମେ ସମସ୍ତେ ମହିଳା ସଂରକ୍ଷଣ ବିଲ ପକ୍ଷରେ ଅଛୁ । କିନ୍ତୁ ସେମାନେ ଯେଉଁ ଢଙ୍ଗରେ ଏହାକୁ ଆଣିଛନ୍ତି, ସେଥିରେ ଆପତ୍ତି ଅଛି । ବିରୋଧୀ ଦଳଗୁଡିକୁ ଦମନ କରିବା ପାଇଁ ସରକାର ଏହା କରୁଛନ୍ତି ।
