
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ହାସ୍ୟ ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି। ମେ ୩ ତାରିଖରେ ନୟାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ଏହି ଦିବସ ଅବସରରେ ‘ହସି-ହସାଅ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଷ୍ଠିତ ବ୍ୟଙ୍ଗକାର ତଥା ବ୍ୟଙ୍ଗବାଗିଶ ଡ. କୁଳାଙ୍ଗାରଙ୍କୁ ରାଜ୍ୟସ୍ତରୀୟ ‘ଉତ୍କଳ ଘଣ୍ଟ ହାସ୍ୟ ରସିକ’ ଉପାୟନ ସମେତ ନଗଦ ୨୧ ହଜାର ଟଙ୍କା ଅର୍ଥ ରାଶି ସହ ସମ୍ବର୍ଦ୍ଧିତ କରାଯିବ। ଏହାସହ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଷ୍ଠିତ ବହୁ ହାସ୍ୟ କଳାକାର ଯୋଗଦାନ କରୁଥିବାରୁ ଜିଲ୍ଲାର ଜନସାଧାରଣ ଯୋଗଦାନ କରି ଏହାର ମଜା ନେବାକୁ ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ନିବେଦନ କରିଛନ୍ତି।
