UIDAI ପକ୍ଷରୁ ଆଧାର ଅପଡେଟ୍କୁ ନେଇ ଜାରି ହୋଇଛି ନୂଆ ପରାମର୍ଶ ।ଆଧାର କାର୍ଡ ୧୦ ବର୍ଷ ପୁରୁଣା ହୋଇଥିଲେ ଏହାକୁ ଅପଡେଟ୍ କରିବା ନିହାତି ଜରୁରୀ । UIDAI ଅନୁଯାୟୀ, ଠିକଣା କିମ୍ବା ଫଟୋ ଭଳି ସୂଚନାରେ ପରିବର୍ତ୍ତନ ଆସିଥାଇପାରେ, ଯେଉଁଥିପାଇଁ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି ।୧୪ ଜୁନ୍ ପର୍ଯ୍ୟନ୍ତ ଏହି ସୁବିଧା ସମ୍ପୂର୍ଣ୍ଣ ମାଗଣା। କେବଳ ଅନଲାଇନ୍ ମାଧ୍ୟମରେ ମାଗଣା ଅପଡେଟ୍ ସୁବିଧା ଉପଲବ୍ଧ ।
ଏହାକୁ ଅପଡେଟ୍ କରିବା ଅତି ସହଜ । ଆପଣ “MyAadhaar” ପୋର୍ଟାଲକୁ ଯାଇ ନିଜ ଆଧାର ନମ୍ବର ସାହାଯ୍ୟରେ ଲଗ୍-ଇନ୍ କରିପାରିବେ । ଏହାପରେ ମୋବାଇଲକୁ ଆସୁଥିବା OTP ଜରିଆରେ ଯାଞ୍ଚ କରି ଆବଶ୍ୟକୀୟ ଦସ୍ତାବେଜ ଅପଲୋଡ୍ କରିବାକୁ ପଡ଼ିବ । ପରିଚୟ ପତ୍ର ଏବଂ ଠିକଣାର ପ୍ରମାଣ ପାଇଁ ଆପଣ ପ୍ୟାନ୍ କାର୍ଡ, ଭୋଟର ଆଇଡି କିମ୍ବା ରାସନ କାର୍ଡର ବ୍ୟବହାର କରିପାରିବେ ।ବ୍ୟାଙ୍କିଙ୍ଗ୍ ସେବା, ସରକାରୀ ଯୋଜନା ଏବଂ KYC ପ୍ରକ୍ରିୟାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଏହା ଅତ୍ୟନ୍ତ ଜରୁରି ।
