ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ଆଜି ପ୍ରଥମ ଦିନରେ ପୁରୀରେ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । କରତ ଶବ୍ଦରେ ଚଳଚଞ୍ଚଳ ହେଉଛି ରଥଖଳା । ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ରଥନିର୍ମାଣ ଅନୁକୂଳ ହୋଇଥିଲା ।ପ୍ରଥମ ଦିନରେ ମହଜୁଦ ଥିବା ୨୨ ଗୋଟି ତୁମ୍ବ କାଠକୁ କରତରେ ମାପ ଅନୁଯାୟୀ କାଟିବେ କରତିଆ ସେବକ।୪୨ ଟି ତୁମ୍ବ ପ୍ରସ୍ତୁତ ହେବ ।ଏହାପରେ ସୂତା ବାଡିଆ ହୋଇ ବିନ୍ଧ ହେବ । ତେଣୁ କରତିଆ ସେବକ ଓ ମହାରଣା ସେବକଙ୍କ ଉପସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିବ।ଭୋଇ ସେବକ ମାନେ ଆବଶ୍ୟକ ରଥ କାଠକୁ ଆଣି ଖଳାରେ ଯୋଗାଇ ଦେଉଛନ୍ତି।ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପ୍ରସ୍ତୁତ ହୋଇଥିବା ୧୧ ବଖରା ଚାଳି ରେ ଜାରି ରହିବ ରଥ ନିର୍ମାଣ କାର୍ଯ୍ୟ।

ଅଧିକ ପଢନ୍ତୁ