ପଶ୍ଚିମବଙ୍ଗରେ ୧୫୨ ଏବଂ ତାମିଲନାଡୁରେ ୨୩୪ଟି ସିଟ୍ ପାଇଁ ଭୋଟିଂ ହେଉଛି

ପଶ୍ଚିମବଙ୍ଗରେ ୧୫୨ ଏବଂ ତାମିଲନାଡୁରେ ୨୩୪ଟି ସିଟ୍ ପାଇଁ ଭୋଟିଂ ହେଉଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟ୍ ହେଉଛିଥିବାବେଳେ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ଭୋଟ୍ ହେଉଛି । ବିଜେପି ଏହି ଦୁଇଟି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି ।ଅନ୍ୟପଟେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ଯାଏଁ ସେମାନଙ୍କ ନିର୍ବାଚନ ମଣ୍ଡଳୀ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ୧୬ଟି ଜିଲ୍ଲାର ୧୫୨ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ଭୋଟ୍ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ମୈଦାନରେ ମୋଟ୍ ୧୪୭୮ ଜଣ ପ୍ରାର୍ଥୀ ରହିଛନ୍ତି । ପ୍ରାୟ ୪୪,୩୭୬ ଟି ମତଦାନ କେନ୍ଦ୍ରରେ ୩୬ ନିୟୁତରୁ ଅଧିକ ଭୋଟର ସେମାନଙ୍କର ମତଦାନ ଦେବେ । ସେହିଭଳି ତାମିଲନାଡୁ ବିଧାନସଭା ନିର୍ବାଚନରେ ​​୫.୭୩ କୋଟିରୁ ଅଧିକ ଭୋଟର ୪,୦୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

ଅଧିକ ପଢନ୍ତୁ