ନୟାଗଡ଼,୨୮/୦୪: କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୩ୟ ରାଜ୍ୟସ୍ତରୀୟ ଓପନ ଟାଇକୋଣ୍ଡ ଚମ୍ପିୟନସିପ ୨୦୨୬ ଚଳିତ ଏପ୍ରିଲ ୨୪ ରୁ ୨୬ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ ମାର୍ଶାଲ ଆର୍ଟ ଏକାଡେମୀ, ନୂଆ ରାଜବାଟି, ନୟାଗଡର ମୋଟ ୭ ଜଣ ଖେଳାଳି ତଥା ଟିମକୋଚ ଶିବାନନ୍ଦ ରାୟଗୁରୁ, ଟିମ ମ୍ୟାନେଜର ସୌମ୍ୟରଞ୍ଜନ ସାହୁ ଏବଂ ଜାତୀୟ ରେଫରୀ ଆଶିଷ ଓମ ପ୍ରକାଶ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ କ୍ୟାଡେଟ ବିଭାଗରେ ଶାଶ୍ୱତ ସମ୍ବିତ ପ୍ରଧାନ ସ୍ବର୍ଣ୍ଣପଦକ, ଅଜିତେଶ ପ୍ରଧାନ ରୌପ୍ୟପଦକ, ଶ୍ରୀୟାଶି ସାହୁ ରୌପ୍ୟପଦକ ଏବଂ ଅଖିଳେଶ ମହାନ୍ତି କାଂସ୍ୟପଦକ ହାସଲ କରିଥିବା ବେଳେ ସବ-ଜୁନିୟର ବିଭାଗରେ ପ୍ରିତମ ପିୟୁଷ ମିଶ୍ର ସ୍ବର୍ଣ୍ଣପଦକ, ଏସ.ମମରାଜ ସାହିବ ରୌପ୍ୟପଦକ ଏବଂ ଦେବାଶିଷ ପ୍ରଧାନ କାଂସ୍ୟପଦକ ହାସଲକରି ମୋଟ ୭ଟି ପଦକ ହାସଲକରି ନୟାଗଡ ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। ପିଲାମାନଙ୍କ ଏହି କୃତିତ୍ୱରେ ଅଭିଭାବକ ତଥା ଖେଳପ୍ରେମୀ ମାନଙ୍କ ମଧ୍ଯରେ ଆନନ୍ଦର ଲହରୀ ଖେଳିଯାଇଛି। ନୟାଗଡ ଜିଲ୍ଲା ଟାଇକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମାଷ୍ଟର ପ୍ରଦୀପ ଜେନା ଏବଂ ମାର୍ଶାଲ ଆର୍ଟ ଏକାଡେମୀର ମୁଖ୍ଯ ପ୍ରଶିକ୍ଷକ ତଥା ପ୍ରତିଷ୍ଠାତା ମାଷ୍ଟର ଭବାନୀ ଶଙ୍କର ରାୟଗୁର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
