ପୋଲିସ SI ପରୀକ୍ଷା ଦୁର୍ନୀତି: ୮ ମଧ୍ୟସ୍ଥିଙ୍କ ବିରୋଧରେ CBIର NBW

ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ୮ ଦଲାଲଙ୍କ ବିରୁଦ୍ଧରେ NBW ଜାରିକଲା CBI । ବାରମ୍ବାର ନୋଟିସ ପରେ ମଧ୍ୟ ହାଜର ହେଉ ନଥିବା ଦଲାଲଙ୍କ ବିରୋଧରେ ଜାରିହେଲା NBW ।ସେମାନଙ୍କ ମଧ୍ୟରେ ୩ ଜଣ ବିହାର ଦଲାଲ ରହିଛନ୍ତି। ଅନ୍ୱେଷ ନାୟକ, ଆଶିଷ କୁମାର, ବଳରାମ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ଗୋବିନ୍ଦ ତ୍ରିପାଠୀ, ଗୋପାଳ କୃଷ୍ଣ ଦାସ, ଗୋପି ରମଣ , ସଞ୍ଜୟ କୁମାରଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନଙ୍କୁ ବାରମ୍ବାର ନୋଟିସ୍ ଦିଆଯାଇଥିଲେ ମଧ୍ୟ ସେମାନେ ତଦନ୍ତରେ ସହଯୋଗ କରିନଥିଲେ କିମ୍ବା କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହୋଇନଥିଲେ। ଏହି ମଧ୍ୟସ୍ଥିମାନେ ପରୀକ୍ଷା ପ୍ରକ୍ରିୟାରେ ଅସାଧୁ ଉପାୟ ଅବଲମ୍ବନ କରିବାରେ ଏବଂ ପ୍ରାର୍ଥୀଙ୍କୁ ବେଆଇନ ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସନ୍ଦେହ କରାଯାଉଛି।ଏହି ରାକେଟ୍ କେବଳ ଓଡ଼ିଶାରେ ସୀମିତ ନୁହେଁ, ବରଂ ଏହାର ଚେର ପଡ଼ୋଶୀ ବିହାର ପର୍ଯ୍ୟନ୍ତ ଲମ୍ବିଛି।

ଅଧିକ ପଢନ୍ତୁ