ରାଜ୍ୟର ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ଏକ୍ସରେ ସୂଚନା ଦେଇଛନ୍ତି।ବୈଷୟିକ ତ୍ରୁଟି କିମ୍ବା ବ୍ୟାଙ୍କ କେୱାଇସି (KYC) ଜନିତ ସମସ୍ୟା କାରଣରୁ ଯେଉଁ ଯୋଗ୍ୟ ମହିଳାମାନେ ପୂର୍ବରୁ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଛି।ସୂଚନାଯୋଗ୍ୟ, ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଥିଲା ଚତୁର୍ଥ କିସ୍ତି। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯାଇଥିଲା। ଏକକାଳୀନ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଥିଲା। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିଥିଲା।
