ପଶ୍ଚିମବଙ୍ଗରେ ବିଜେପି ସରକାର: ଯୋଗାଣ ମନ୍ତ୍ରୀ କହିଲେ, ଆଳୁ ସମସ୍ୟାରେ ପୂର୍ଣ୍ଣଚ୍ଛେଦ !

ପଶ୍ଚିମବଙ୍ଗରେ ଜାରି ରହିଛି ଭୋଟ ଗଣତି । ଏଥର ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ‘ଆଳୁ ହେଉ ବା ବିଭିନ୍ନ ପ୍ରସଙ୍ଗ ହେଉ ମମତା ଓଡ଼ିଶାବାସୀଙ୍କ ପ୍ରତି ନକାରାତ୍ମକ ମନୋଭାବର ପୂର୍ଣ୍ଣଚ୍ଛେଦ ପଡିଛି । ସେ ଆହୁରି କହିଛନ୍ତି, ‘ରାଷ୍ଟ୍ରର ରକ୍ଷା ପାଇଁ ଭୋଟ ଦେଇଛନ୍ତି । ଏହା ରାଷ୍ଟ୍ର ପାଇଁ ଶୁଭଙ୍କର । ଗତ ୧୫ବର୍ଷ ଧରି ପଶ୍ଚିମବଙ୍ଗରେ ଦେଶ ବାହାରର ଅଣହିନ୍ଦୁତ୍ୱବାଦୀ ମାନେ ପଶି କାୟା ମେଲାଇ ଚାଲିଥିଲେ । ଆଉ ମମତା ଦିଦି ତାଙ୍କ ପାଇଁ ବାଟ ଖୋଲି ଦେଇଥିଲେ । ଗଳି ପଶି ହୋଇ ଆମ ଦେଶରେ ନିଜର ସଂଖ୍ୟା ବଢ଼ାଇ ଚାଲିଥିଲେ । ତାହା ରାଷ୍ଟ୍ର ସୁରକ୍ଷା ନେଇ ଚିନ୍ତାଜନକ ଥିଲା । ଆଉ ଏହା ଚାଲିବ ନାହିଁ । ଓଡିଶାରେ ମଧ୍ୟ ଏସଆଇଆର ମାଧ୍ୟମରେ ବିଦେଶୀ ବାଂଲାଦେଶୀଙ୍କୁ ହଟାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।’

ଅଧିକ ପଢନ୍ତୁ