ଚଳିତ ବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଦୌରl ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧକ୍ଷl ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ସଚୀବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷ ର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ଶନିବାର ୯ତାରିଖ ରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ହେବା ପାଇଁ ପ୍ରଚାର ପ୍ରସାର ଜୋର୍ ସୋର ରେ ଚାଲିଛି l ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ପ୍ରମୋଦ କୁମାର ମହାନ୍ତି, ରମେଶ ଚନ୍ଦ୍ର ବେହେରା, ତଅପୋଇ ସେଠୀ, ଇପସିତl, ମିକି ରାଉତ, ପ୍ରଭାସିନୀ ରାଉତ,ପ୍ରକାଶ ଦଳେଇ, ମମତା ବେହେରା, ବିଷ୍ଟନୁ ଚରଣ ପଟ୍ଟନାୟକ, ରୋନିତ୍ ଦଳେଇ ଏବଂ ଆଇନ୍ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା  ପ୍ରମୁଖ ନୟାଗଡ଼ ଜିଲ୍ଲାର ୮ଗୋଟି ବ୍ଲକ, ସହର ବଜାର କୁ ଯାଇ ପଦଯାତ୍ରା କରି ଜନ ସାଧାରଣଙ୍କୁ ପ୍ରଚାର ପତ୍ର ବଣ୍ଟନ ଏବଂ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର ପ୍ରସାର ଜୋର୍ ସୋର୍ ରେ ଚଳାଇ ଛନ୍ତି l ଏହି ଲୋକ ଅଦାଲତ ରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମାମଲା ଯଥା ଦେୱାନି ଓ ଫୌଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ ଓ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉଁସ ମାମଲା ଇତ୍ୟାଦିର ଆପୋଷ ସହମତି ଭିତ୍ତିରେ ସମାଧାନ କରା  ଯାଇପାରିବ l କେବଳ ବିଚାରାଧିନ ମାମଲା ନୁହେଁ, କୌଣସି କୋର୍ଟ କଚେରୀ ରେ ମାମଲା ନ ଥାଇ ପ୍ରାକ୍  ମୋକଦମl ସ୍ତରୀୟ (କଚେରୀରେ ମୋକଦ୍ଦମା ଦାୟର ହୋଇନଥିବ ) ସମସ୍ତ ବିବାଦ ର ମଧ୍ୟ ଅପୋସ ସମାଧାନ କରାଯାଇ ପାରିବ ବୋଲି ଜନ ସାଧାରଣଙ୍କୁ ଜଣାଇ ଥିଲେ l ବିବାଦର ସମାଧାନ ପାଇଁ ଜନ ସାଧାରଣ ଙ୍କୁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଏହି ଲୋକ ଅଦାଲତ ର ରାୟ ବୈଧ, ଚୁଡାନ୍ତ ଏବଂ ଅମଳ ଯୋଗ୍ୟ ବୋଲି ଜଣେଇ ଥିଲେ l ଅଧିକ ଜାଣିବାପାଇଁ ନିକଟସ୍ଥ କାର୍ଯରତ ବିଚାର ବିଭାଗୀୟ ଅଦାଲତ ପରିସରରେ ଥିବା ଆଇନ୍ ସେବା କାର୍ଯ୍ୟାଳୟ ସହ ଏବଂ ଜାତୀୟ ଆଇନ୍ ସେବା ପ୍ରାଧିକରଣର ହେଲପ୍ ଲାଇନ ୧୫୧୦୦ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ l

ଅଧିକ ପଢନ୍ତୁ