ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଖୋଲା ସମର୍ଥନ ମିଳିଛି । ତାମିଲନାଡୁର ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୮ ଆସନ ଜିତି ଏକକ ବୃହତ ଦଳ ଭାବରେ ଉଭା ହେବା ପରେ, ଟିଭିକେ ୧୧୮ ଯାଦୁକରୀ ବହୁମତ ସଂଖ୍ୟାଠାରୁ ମାତ୍ର ୧୦ ଆସନ ପଛରେ ରହିଛି । କଂଗ୍ରେସର ପାଞ୍ଚ ଜଣ ବିଧାୟକଙ୍କ ସମର୍ଥନ ସହିତ, ବିଜୟଙ୍କ ପଥ ଏବେ ଯଥେଷ୍ଟ ସୁଗମ ହୋଇଥିବା ପରି ମନେ ହେଉଛି ।ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ହେବା ନେଇ ସୂଚନା ରହିଛି । ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏପଟେ ଟିଭିକେର ନିର୍ବାଚିତ ବିଧାୟକଙ୍କୁ ଏକ ନାମିଦାମୀ ହୋଟେଲରେ ରଖାଯାଇଛି । ସମସ୍ତଙ୍କ ବିଧାୟକଙ୍କୁ ଉପରେ କଡା ନଜର ରଖାଯାଇଛି ।ଟିଭିକେ ପକ୍ଷରୁ ରାଜ୍ୟପାଳଙ୍କୁ ୧୦୭+୫ ଅର୍ଥାତ୍ ୧୧୨ ବିଧାୟକଙ୍କ ହସ୍ତାକ୍ଷର ପତ୍ର ଦିଆଯାଇଛି । କିନ୍ତୁ ରାଜ୍ୟପାଳ ୧୧୮ ବହୁମତ ଥିବା ହସ୍ତାକ୍ଷରପତ୍ର ଆଣିବାକୁ କହି ଫେରାଇ ଦେଇଛନ୍ତି । ଆଉ ଟିଭିକେ ଏଥିପାଇଁ କିଛି ସମୟ ମାଗିଛି ।
