ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ସୋରରେ । ଆସନ୍ତା ମେ ୮ ତାରିଖରେ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ। ଏଥିରେ ଆର୍ ଡି ସି ସୁଧାଂଶୁ ସାମଲ ଦେବେ ଟିପ୍ସ ଓ ଟାସ୍କ । ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ପାଇଁ ହୋଇଛି ବ୍ୟବସ୍ଥା। ଅଟୋ ଟୋଟୋ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମ। CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ। ପ୍ରସ୍ତୁତ ହୋଇଛି ଏମର୍ଜେନ୍ସି ଇଭାକ୍ୱେଶନ ପ୍ଲାନ। ଚଳିତବର୍ଷ ଇନ୍ସିଡେଣ୍ଟ ଫ୍ରି, ରଥଯାତ୍ରା ପାଇଁ ଫୋକସ ରଖିଛନ୍ତି ରାଜ୍ୟ ସରକାର । ଗତବର୍ଷ କମିଟି ନେଇଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ । ଭିଡ ନିୟନ୍ତ୍ରଣ ପାଇଁ ନିର୍ଦ୍ଧାରିତ ହୋଇଛି ଥ୍ରେସହୋଲ୍ଡ ଲିମିଟ । ବଡ଼ଦାଣ୍ଡର କ୍ଷମତାକୁ ନେଇ ହେବ ଭିଡ ନିୟନ୍ତ୍ରଣ। ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କଲେ ତ୍ରୁଟିଶୂନ୍ୟ ରଥଯାତ୍ରା ହେବ କହିଛନ୍ତି ସେବାୟତ ।
