ହିଞ୍ଜିଳି ଥାନା ଖରିଡା ଗାଁରେ ହତ୍ୟାକାଣ୍ଡ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଚିଠିରେ ଉଲ୍ଲେଖ କରି କହିଛନ୍ତି, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ମୋ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଖରିଡା ଗ୍ରାମରେ ଘଟିଥିବା ଜଘନ୍ୟ କାଣ୍ଡ ପାଇଁ ମୁଁ ମର୍ମାହତ । ସିସିଟିଭିରେ ଜଣାପଡିଛି ଯେ , ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ୩ ବର୍ଷ ର ଝିଅ ଆଗରେ ତାଙ୍କ ସ୍ୱାମୀଙ୍କ ସାନ ଭାଇ ନିର୍ମମ ଭାବେ ହତ୍ୟା କରିଥିଲେ । ନ୍ୟାୟ ପାଇଁ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ କରାଗଲା । ମାଙ୍କ ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଧୁଥିବାର ଦୃଶ୍ୟ ଓଡିଶାର ବିବେକକୁ ଆଘାତ ଦେଇଛି । ଅନ୍ୟପଟେ ହିଞ୍ଜିଳି ଖରିଡା ମର୍ଡର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସରକାର ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ବିରୋଧୀଦଳ ନେତା ଲେଖିବାର କିଛି କାରଣ ନାହିଁ । ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବା ସହ ଛୁଆ ପାଇଁ ଯାହା କରିବା କଥା କରିବେ ।
