ଘର କରିବାକୁ ପ୍ଲାନ ଆପ୍ରୁଭାଲ ପାଇଁ ଆଉ ମାସ ମାସ ଧରି ଅଟକିବନି ଫାଇଲ। ସପ୍ତାହେ ଭିତରେ ହେବ କାମ। ପ୍ଲାନ ଆପ୍ରୁଭାଲ ପାଇଁ ସୁଯୋଗ ଆପ୍ ରେ ଆବେଦନ କରି ଦୀର୍ଘ ଦିନ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଏଣିକି ସପ୍ତାହରୁ ଅଧିକ ଦିନ ଅଫିସରଙ୍କ ପାଖରେ ଆଉ ଅଟକିବନି ଫାଇଲ। ଅଫିସର ଯେତିକି ଦିନ ଫାଇଲ ଅଟକାଇବେ ଦିନକୁ ୨୫୦ ଟଙ୍କା ଲେଖାଏଁ ଫାଇନ ଭରିବେ।ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।୨୦୩୬ ସୁଦ୍ଧା ୮୦ ପ୍ରତିଶତ ଲୋକଙ୍କୁ ଘର ଦେବାକୁ ଲକ୍ଷ୍ୟ ରହିଛି ।ଏନେଇ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ସେମାନେ ଜାଗା ଯୋଗାଇବେ । ତୁରନ୍ତ ସେଠାରେ ଘର ନିର୍ମାଣ କରି ହିତାଧିକାରୀଙ୍କୁ ଦିଆଯିବ । ଆଫୋଡେବୁଲ ହାଉସିଂ ପ୍ରକଳ୍ପ ଅଧୀନରେ ଇଡବ୍ଲ୍ୟୁଏସ, ଏଲ୍ଆଇଜି ଭଳି ୩ଟି ମଡେଲ୍ର ଘର କରି ଲୋକଙ୍କୁ ଦିଆଯିବ । ଆବଶ୍ୟକତା ଅନୁସାରେ ବିଭିନ୍ନ ସହରରେ ଟିପି ସ୍କିମ ଜରିଆରେ ବିଭିନ୍ନ ଜାଗାର ବିକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ ପ୍ରଥମ ପର୍ୟ୍ୟାୟରେ ୪୯ଟି ସହରକୁ ଯୋଜନା ଅନ୍ତର୍ଭୁକ୍ତ କରିବୁ । ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ରାସ୍ତା, ପାଣି, ସ୍ୱରେଜ ବିକାଶ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
