ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ପିଟିପିଟି ମାରିଦେଲେ ସ୍ଥାନୀୟ ବାସିନ୍ଦା

ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ପିଟିପିଟି ମାରିଛନ୍ତି ସ୍ଥାନୀୟ ବାସିନ୍ଦା।ଦୁଇ ଜଣ କଲେଜ ଛାତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ହଠାତ୍ ଦୁଇ ଜଣ ଯୁବକ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ ଥିଲେ। ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ କାବୁ କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଗୋଡ଼ହାତ ବାନ୍ଧିବା ସହ ଏକ ବାଉଁଶରେ ତାଙ୍କୁ ଝୁଲାଇବାକୁ ଚେଷ୍ଟା କରିଥିଲେ ସ୍ଥାନୀୟ ଲୋକେ। ତେବେ ଏହି ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଅଧିକ ପଢନ୍ତୁ