ଆଇଏସ୍‌ଆଇ ଟାର୍ଗେଟରେ ଐତିହାସିକ ମନ୍ଦିର

ଆଇଏସଆଇ ଟାର୍ଗେଟ୍ ରେ ଦିଲ୍ଲୀ । ଦିଲ୍ଲୀ ଏବଂ ସୋନିପତର କିଛି ପ୍ରସିଦ୍ଧ ସ୍ଥାନରେ ଆକ୍ରମଣ ପାଇଁ ଷଡଯନ୍ତ୍ର । ୯ ଜଣ ଆତଙ୍କବାଦୀ ଗିରଫ ହେଲା ପରେ ସାମ୍ନାକୁ ଆସିଛି ସତ । ଯାହା ପଛରେ ପାକିସ୍ତାନର ହାତ ଥିବା ନେଇ ମଧ୍ୟ ପ୍ରମାଣ ମିଳୁଛି ।ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଦ୍ବାରା ଗିରଫ ହୋଇଥିବା ପାକିସ୍ତାନ ସମର୍ଥିତ ଶେହଜାଦ୍‌ ଭଟ୍ଟି ମଡ୍ୟୁଲର ଆତଙ୍କବାଦୀମାନଙ୍କୁ ପଚରାଉଚରା ବେଳେ ଚକିତ କରିଦେବା ପରି ତଥ୍ୟ ସାମ୍‌ନାକୁ ଆସିଛି। ଦିଲ୍ଲୀର ଏକ ଐତିହାସିକ ମନ୍ଦିର ଓ ହରିୟାଣାର ସୈନ୍ୟ ଶିବିର ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି।ଦିଲ୍ଲୀ ପୋଲିସ ଗୁରୁବାର ଆତଙ୍କବାଦୀ ସଙ୍ଗଠନର ୯ ସଦସ୍ୟଙ୍କୁ ବିପୁଳ ଗୁଳିଗୋଳା ସହ ଗିରଫ କରିଥିଲା । ସେମାନଙ୍କୁ ଜେରା ଚାଲିଛି । ଜେରାରେ ଜଣା ପଡିଛି ଯେ, ମନ୍ଦିର ସେମାନଙ୍କ ମୁଖ୍ୟ ଟାର୍ଗେଟ୍ ଥିଲା । ସେମାନଙ୍କ ଫୋନରୁ ମନ୍ଦିର ପରିସରର ଫଟୋ ମିଳିଛି । ଯାହା ସେମାନେ ପାକିସ୍ତାନରେ ବସିଥିବା କିଛି ବ୍ୟକ୍ତିଙ୍କୁ ପଠାଇଛନ୍ତି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଇଶାରାରେ ଏମାନେ କାମ କରୁଥିଲେ । ବିଭିନ୍ନ ସ୍ଥାନରେ ଗୁଳିବର୍ଷା କରି ଆତଙ୍କ ଖେଳାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ।ସେହିପରି ଦିଲ୍ଲୀ-ସୋନିପତ୍‌ ହାଇୱେରେ ଥିବା ଏକ ପ୍ରସିଦ୍ଧ ଢାବା ମଧ୍ୟ ସେମାନଙ୍କ ଟାର୍ଗେଟରେ ଅଛି। ଏଠାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥାଏ। ଢାବା ଉପରେ ଆତଙ୍କବାଦୀ ହ୍ୟାଣ୍ଡ ଗ୍ରେନେଡରେ ଆକ୍ରମଣ କରିବାକୁ ଚାହୁଁଥିଲେ।

ଅଧିକ ପଢନ୍ତୁ

kc ads