ଚାରି ଲେନ ବିଶିଷ୍ଟ ହେବ ଭବାନୀପାଟଣା-ଖରିଆର ରାସ୍ତା : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭବାନୀପାଟଣାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । କାରଣ ଓଡ଼ିଶା ସରକାର ଭବାନୀପାଟଣା-ଖରିଆର ରାସ୍ତାକୁ ଦୁଇ ଲେନରୁ ଚାରି ଲେନ କରିବାକୁ ଯାଉଛନ୍ତି ।ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇ ହରିଚନ୍ଦନ କହିଛନ୍ତି ଯେ ନୂତନ ଭବାନୀପାଟଣା-ଖରିଆର ରାସ୍ତା ଭବାନୀପାଟଣା ଏବଂ ଖରିଆର ଅଞ୍ଚଳର ଲୋକଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ।ପ୍ରକଳ୍ପ ସମାପ୍ତ ହେବା ପରେ, କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ମଧ୍ୟରେ ସଂଯୋଗୀକରଣ ଦ୍ରୁତ ଏବଂ ସହଜ ହେବ । ଏଥି ସଂଲଗ୍ନ ଗ୍ରାମଗୁଡ଼ିକର ଲୋକମାନେ ମଧ୍ୟ ସହର ଏବଂ ବଜାରକୁ ସହଜରେ ପହଞ୍ଚିପାରିବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ