ଏବେ ଅଚଳ ହୋଇଯିବ Paytm

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ନିୟମ ପାଳନ ନ କରିବାରୁ ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଫଳରେ ପେଟିଏମ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏବେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଫେବ୍ରୁଆରୀ 28 ରୁ ଆଉ ପେଟିଏମର କୌଣସି ସେବା ଉପଲବ୍ଧ ହେବ ନାହିଁ। ପେଟିଏମର ୱାଲେଟ ଓ ଫାଷ୍ଟଟାଗ ମଧ୍ୟ କାମ କରିବ ନାହିଁ। ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ (ପିପିବିଏଲ୍‌) ବିରୋଧରେ ରିଜର୍ଭ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନ ଏକ ବିସ୍ତୃତ ସିଷ୍ଟମ୍‌ ଅଡିଟ୍‌ ରିପୋର୍ଟ ଏବଂ ପରବର୍ତ୍ତୀ ସମୟରେ ବାହ୍ୟ ଅଡିଟରଙ୍କ ଅନୁପାଳନ ବୈଧତା ରିପୋର୍ଟ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଗ୍ରାହକଙ୍କୁ ସମସ୍ୟା ନ ହେଉ ଏଣୁ ପେଟିଏମର ପ୍ରତିନିଧି ବ୍ୟାବସାୟୀଙ୍କ ନିକଟକୁ ପହଞ୍ଚୁଛନ୍ତି ଓ ସେମାନଙ୍କ ଜମା ରାଶି ଅନ୍ୟ ବ୍ୟାଙ୍କକୁ ଟ୍ରାନ୍ସଫ କରୁଛନ୍ତି।

ତେବେ ଆରବିଆଇଙ୍କ ନିଷ୍ପତ୍ତି ପେଟିଏମର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କୁ ଲାଭାନ୍ୱୀତ କରିଛି।ସିଏଆଇଟି କହିଛି ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ନିଷେଧାଦେଶର ଏକ ମୁଖ୍ୟ କାରଣ ହେଉଛି ଉପଯୁକ୍ତ ପରିଚୟ ବିନା ସୃଷ୍ଟି ହୋଇଥିବା କୋଟି କୋଟି ଆକାଉଣ୍ଟ। ଏହି ଖାତାଗୁଡ଼ିକରେ କଓ୍ବୋଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। କେବଳ ଏତିକି ନୁହେଁ, ବିନା ପରିଚୟରେ କୋଟି କୋଟି ଟଙ୍କାର କାରବାର ମଧ୍ୟ କରାଯାଇଥିଲା। ଯେଉଁଥିପାଇଁ ମନି ଲଣ୍ଡରିଂ ହେବାର ଆଶଙ୍କା ସୃଷ୍ଟି ହୋଇଛି ।ଏକ ହଜାରରୁ ଅଧିକ ଉପଭୋକ୍ତାଙ୍କ ଆକାଉଣ୍ଟ ଗୋଟିଏ ପ୍ୟାନ ସହିତ ସଂଯୁକ୍ତ। ଏହା ବ୍ୟତୀତ ଉଭୟ ଆରବିଆଇ ଏବଂ ଅଡିଟରଙ୍କ ଅନୁସନ୍ଧାନରୁ ଜଣାପଡିଛି ପେଟିଏମ ବ୍ୟାଙ୍କ ନିୟମ ପାଳନ କରୁନାହିଁ।

ଅଧିକ ପଢନ୍ତୁ