ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ତାଲିମ ପାଇଁ ବ୍ୟବହୃତ ବିମାନଟି ବାରାମତୀର ଗୋଜୁବାବି ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି।୨ ସିଟ୍ ବିଶିଷ୍ଟ ଟ୍ରେନିଂ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରେଡ୍ ବୋର୍ଡ ଏଭିଏସନ ଏକାଡେମୀର ହୋଇଥିବା ସୂଚନା ମିଳିଛି। ପ୍ଲେନ୍ କ୍ରାସ୍ ର କାରଣ ଅସ୍ପଷ୍ଟ ରହିଛି। କୌଣସି ମୃତାହତ ହୋଇନଥିବା ଖବର ରହିଛି।ଅଜିତ ପାୱାରଙ୍କ ବିମାନ ମଧ୍ୟ ପୂର୍ବରୁ ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସ୍ଥାନୀୟ ଲୋକମାନେ ବିମାନଟିକୁ ଅବତରଣ କରିବା ଦେଖି ଘଟଣାସ୍ଥଳରେ ପ୍ରବଳ ଭିଡ ଜମାଇଥିଲେ। ସୂଚନା ପାଇବା ପରେ ପୁଲିସ୍ ଏବଂ ପ୍ରଶାସନିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ବୈଷୟିକ ଦଳଗୁଡ଼ିକ ତଦନ୍ତ କରୁଛନ୍ତି।
