କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ। ଦୁଃଖ ପ୍ରକାଶ କଲେ ନବିନ 

କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ଵିୟୋଗ । କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଗତ ବିଜେଡି ସରକାର ସମୟରେ ସେ ଦୁଇ ଥର ବିଧାୟକ ଥିଲେ। ଆୟୁବ ଖାନ ନୂଆପଡ଼ା ଓ କଣ୍ଟାବାଞ୍ଜି ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ଆଉ କହିଛନ୍ତି ଯେ ଆମ ଦଳ ଜଣେ ଦକ୍ଷ ସଙ୍ଗଠକ ଏବଂ ଦରଦୀ ନେତାଙ୍କୁ ହରାଇଲା। ଅଞ୍ଚଳର ଉନ୍ନତି ଓ ଲୋକଙ୍କ ସେବାରେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ତାଙ୍କୁ ଅମର କରି ରଖିବ।ଏପରି ଦୁଃଖଦ ସମୟରେ ତାଙ୍କ ପୁଅ ଡ. ଅମଜାଦ ଅଲ୍ଲୀ ଖାନଙ୍କ ସହିତ କଥା ହୋଇ ସମସ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ସହ ଅମର ଆତ୍ମାର ସଦଗତି କାମନା କଲି।

ଅଧିକ ପଢନ୍ତୁ