ଏବେ ସରକାରୀ ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ପରେ ଅଧିକ ଇଭି ବ୍ୟବହାର ପାଇଁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ମାନି ତେଲ କମ୍ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା କନଭୟ ବା ସୁରକ୍ଷା ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ କରିଦେଇଛନ୍ତି । ନିଜ ସୁରକ୍ଷାରେ ନିୟୋଜିତ ଗାଡ଼ିକୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ମୁଁ ଯେତେବେଳେ ଯିବି ସରକାରୀ ବସରେ ଯିବି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ପ୍ରୋଟୋକଲକୁ ଦୃଷ୍ଟିରୁ ପାଇଲଟିଂ ଗାଡି ଯିବ । ମୋ ଗସ୍ତ ସମୟରେ ତିନୋଟି ଗାଡି ଯାଉଥିଲା, ଏବେ କିନ୍ତୁ ଗୋଟିଏ ଗାଡିରେ ଯିବି । ପ୍ରଧାନମନ୍ତ୍ରୀଙ୍କ ନିବେଦନ ଆମ ଠାରୁ ପ୍ରତିଫଳନ ହେବା ଆବଶ୍ୟକ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ଅଧିକ ପଢନ୍ତୁ