ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ନିଯୁକ୍ତି ପରେ ତାମିଲନାଡ଼ୁ ସରକାର ଏହାକୁ ପ୍ରତ୍ୟାହାର କରିଛନ୍ତି । ଆଜି ପବ୍ଲିକ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ହୋଇଥିବା ଚିଠିରେ ଏହାକୁ ପ୍ରତ୍ୟାହାର କରାଯାଇଥିବା ଦର୍ଶାଯାଇଛି ।ମଙ୍ଗଳବାର ତାମିଲନାଡ଼ୁ ପବ୍ଲିକ ଡିପାର୍ଟମେଣ୍ଟ ସଚିବାଳୟ ଏହାକୁ ନେଇ ନିର୍ଦ୍ଦେଶ ଜାରି କରିଥିଲେ। ଜ୍ୟୋତିଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ସମେତ ତାମିଲନାଡୁର ଅନେକ ପ୍ରମୁଖ ରାଜନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ତେବେ ଏହାର ୨୪ ଘଣ୍ଟା ପରେ ଏହି ଆଦେଶକୁ ପ୍ରତ୍ୟାହାର କରିଛି ବିଜୟଙ୍କ ସରକାର। ତେବେ ବିଜୟଙ୍କ ଏହି ପଦକ୍ଷେପ ତାମିଲନାଡୁର ରାଜନୈତିକ ମହଲରେ ଏକ ବଡ଼ ବିବାଦ ସୃଷ୍ଟି କରିଥିଲ। | ଟିଭିକେ ସରକାରଙ୍କୁ ସମର୍ଥନ ଦେଇଥିବା ବିଦୁଥଲାଇ ଚିରୁଥାଇଗଲ କାଚି (ଭିସିକେ), ସିପିଆଇଏମ୍ ଏବଂ ସିପିଆଇ ଭଳି ଦଳ ଖୋଲାଖୋଲି ଭାବରେ ଏହି ପଦକ୍ଷେପକୁ ସମାଲୋଚନା କରିଥିଲେ।
