ଆଜି ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ ରାଜ୍ୟର ୟୁଡିଏଫ ସରକାରଙ୍କ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତେବେ ନୂଆ ସରକାରରେ ସତୀଶନଙ୍କ ବ୍ୟତୀତ ପି.କେ.କୁହ୍ନାଲୀ କୁଟ୍ଟି, ରମେଶ ଚେନ୍ନିଥଲା, ସନି ଜୋସେଫ, କେ.ମୂରଲୀଧରନ, ମାନ୍ସ ଜୋସେଫ, ଶିବୁ ବେବି ଜନ, ଅନୂପ ଜ୍ୟାକବ, ସି.ପି.ଜନ, ଏ.ପି. ଅନିଲ କୁମାର, ଏନ.ଶମସୁଦ୍ଦିନ, ପି.ସି.ବିଷ୍ଣୁ ନାଥ, ରୋଜି ଏମ.ଜନ, ବିନ୍ଦୁ କୃଷ୍ଣା, ଏମ.ଲିଜ୍ଜୁ , କେ.ଏମ.ସାଜୀ, ପି.କେ.ବଶିର, ଅବଦୁଲ ଗଫୁର ଓ ସି.ଟି.ସିଦ୍ଦିକିଙ୍କୁ ମନ୍ତ୍ରୀ କରାଯାଇଛି।ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ କେରଳର ତିରୁଭାନନ୍ତପୁରମର ମଞ୍ଚରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ୱାୟାନାଡ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି।
