ସୌମ୍ୟରଂଜନ ହତ୍ୟା ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଶେଷ

ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ। ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ସିସିଟିଭି ଓ ଭିଡିଓ ଫୁଟେଜରୁ ମିଳିଛି ପ୍ରମାଣ। ଏବେ କ୍ରାଇମବ୍ରାଞ୍ଚ ଫୋକସରେ ଅଭିଯୁକ୍ତମାନଙ୍କ ଗିରଫଦାରୀ। କାହାକୁ ଛଡ଼ାଯିବନି ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି। ତଦନ୍ତ ବିଳମ୍ବ ପଛର କାରଣ ମଧ୍ୟ କହିଛନ୍ତି ଡିଜି ବିନୟତୋଷ ମିଶ୍ର। କ୍ରାଇମବ୍ରାଞ୍ଚ ଯେଉଁ ମାମଲାର ତଦନ୍ତ କରେ, ତାର ତଦନ୍ତ ଉପରେ ଯେପରି ପ୍ରଶ୍ନ ନଉଠେ ସେ ଦିଗରେ ଧ୍ୟାନ ଦିଆଯାଉଛି। ପ୍ରତ୍ୟକ ମାମଲାରେ ସାଇଣ୍ଟିଫିକ୍ ଟୁଲ୍‌ ବ୍ୟବହାର କରୁଛୁ। ଲିଡ୍‌ ହିସାବରେ ସବୁ ପ୍ରକାର ଦିଗକୁ ନେଇ ତଦନ୍ତ ଚାଲିଛି। ସେଥିଲାଗି ତଦନ୍ତରେ ଟିକେ ବିଳମ୍ବ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ ୧୩ଜଣଙ୍କୁ ଗିରଫ କରାଯାଇଛି ।ସମସ୍ତଙ୍କୁ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ପୁଲିସ ବିରୋଧରେ ମଧ୍ୟ ଦଣ୍ଡବିଧାନ ପ୍ରକ୍ରିୟା ଚାଲିଛି। କମିସନରେଟ ପୁଲିସ ବିଭାଗୀୟ ତଦନ୍ତ ଚଳାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।

ଅଧିକ ପଢନ୍ତୁ