ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ  ।   ଗିରଫ ପରେ ବୁଧବାର ତାଙ୍କୁ ଭବାନୀପାଟଣାର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ । ଓଡିଶା ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କର ୮୩ ଏକର ଜମି ସହିତ ସ୍ଥାବର/ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି। ଖବର ଅନୁଯାୟୀ, ମଙ୍ଗଳବାର ଭିଜିଲାନ୍ସ ଟିମ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଭୁବନେଶ୍ୱର ଶବରଙ୍କ ପାଖରେ ୫ଟି କୋଠା, ୮୩ ଏକର ଜମି, ୧୭ ଏକର ପରିମିତ ୨ଟି ଫାର୍ମ ହାଉସ୍, ୮ଟି କ୍ୟାବିନ୍ ସହିତ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଇତ୍ୟାଦି ପରିସୀମାଠାରୁ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଛି । ଯାହାକୁ ସେ ସନ୍ତୋଷଜନକ ଭାବରେ ବ୍ୟାଖ୍ୟା କରିପାରିନଥିଲେ । ଭୁବନେଶ୍ୱରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ କୋରାପୁଟ ଭିଜିଲାନ୍ସ ପିଏସ୍ ମାମଲା ରୁଜୁ କରାଯାଇଛି । ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ୬ ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ରହିଥିଲେ ।

ଅଧିକ ପଢନ୍ତୁ