କଟକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ି ଉପରକୁ ବୋତଲ ମାଡ଼

ବିଧାୟକଙ୍କ ଗାଡ଼ି ଉପରରୁ ଆକ୍ରମଣ। କଟକ ତିଗିରିଆର ପଞ୍ଚାୟତ ସମିତି ବୈଠକ ରେ ଯୋଗ ଦେବାକୁ ଯାଉଥିବା ବେଳେ ତିଗିରିଆ ବ୍ଲକ ଛକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗାଡି ଉପରକୁ ଆକ୍ରମଣ। କିଛି ଦୁର୍ବୃତ୍ତ ହାତରେ ଠେଙ୍ଗା ଧରି ଗୋଡ଼ାଇବା ସହ ବୋତଲ ମାଡ କରିଛନ୍ତି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ଗାଡ଼ିରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତେବେ ଏହି ଆକ୍ରମଣ ପଛରେ କେଉଁମାନେ ଅଛନ୍ତି ଏବଂ ଏହାର କାରଣ କଣ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।ପରେ ଏନେଇ ବିଧାୟକଙ୍କ ସମର୍ଥକ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି। ଯାହା ଫଳରେ ପୁଲିସ ସହ ମୁଁହାମୁଁହି ସ୍ଥିତି ବି ଉପୁଜିଛି। ବିଧାୟକଙ୍କ ସମର୍ଥକଙ୍କ ସହ ଯୁକ୍ତି ବେଳେ ଚାକିରି ଛାଡ଼ିଦେବା କଥା କହିଲେ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ। ସୁରକ୍ଷା ଦୃଷ୍ଟିରୁ ବ୍ଲକ କାର୍ୟ୍ୟାଳୟ ଠାରୁ ବ୍ଲକ ଛକ ପର୍ୟ୍ୟନ୍ତ ପୋଲିସ ଫୋର୍ସ ମୃତୟନ କରାଯାଇଛି।ଏଭଳି ରାଜନୈତିକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅଧିକ ପଢନ୍ତୁ