ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାରି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ସେ ଆଜି ସକାଳେ କୋଲକାତାରେ ପହଞ୍ଚିଛନ୍ତି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଭାରତ-ଆମେରିକା ସମ୍ପର୍କ ପାଇଁ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।ଆଜି ସେ ନୂଆଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଆଗାମୀ କିଛି ଦିନର ଏହି ହାଇ-ପ୍ରୋଫାଇଲ୍ ଗସ୍ତ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ।
ନୂଆ ଓ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ସହଯୋଗ ନେଇ ଉଭୟ ଦେଶ ଆଲୋଚନା କରିବେ । ସେହିପରି ସାମରିକ ସହଭାଗିତା ଏବଂ ପ୍ରତିରକ୍ଷା ଚୁକ୍ତିକୁ ଆଗକୁ ବଢ଼ାଇବା ସହ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ସୁରକ୍ଷା ଏବଂ ସ୍ଥିରତା ପାଇଁ ‘କ୍ୱାଡ୍’ ସଂଗଠନର ରଣନୀତି ହେବ । ଆସନ୍ତାକାଲି, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।
