ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ OUSSSCକୁ ଚିଠି

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। କନଷ୍ଟେବଳରୁ ଆରମ୍ଭ କରି ସବଇନ୍ସପେକ୍ଟର ପର୍ଯ୍ୟନ୍ତ ନିଯୁକ୍ତି ହେବ । ୭,୬୬୪ଟି ଖାଲି ପଡ଼ିଥିବା ପଦବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ନୂଆ କରି ଗଠନ ହୋଇଥିବା ଓଡ଼ିଶା ୟୁନିଫର୍ମଡ ସର୍ଭିସେସ ଷ୍ଟାଫ ସିଲେକ୍ସନ କମିଶନ ବା OUSSSC (Odisha Uniformed Services Staff Selection Commission) ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରାଯିବ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ଏକ ଅଧିକୃତ ଆଦେଶ ଜାରି ହୋଇଛି ।ସରକାରୀ ଆଦେଶ ଅନୁଯାୟୀ, ମୋଟ ଚାରି ପ୍ରକାର ପଦବୀରେ ନିଯୁକ୍ତି ହେବ । ସେଥିରେ ୩୦୦ଟି କନଷ୍ଟେବଳ (କମ୍ୟୁନିକେସନ) ପଦ, ୨,୨୧୨ଟି OISF କନଷ୍ଟେବଳ ପଦ, ୪,୨୧୯ଟି ସିଭିଲ କନଷ୍ଟେବଳ ପଦ ଏବଂ ୯୩୩ଟି SI ଓ ଏଏସଆଇ rank ପଦ ରହିଛି । ଏହା ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପୋଲିସ ନିଯୁକ୍ତି ପ୍ରକ୍ରିୟା ମଧ୍ୟରୁ ଗୋଟିଏ ।

ଅଧିକ ପଢନ୍ତୁ