ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଇନମନ୍ତ୍ରୀଙ୍କ କଡ଼ା ଚେତାବନୀ

ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ  ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ମତ ପ୍ରକାଶ କରିଛନ୍ତି । ସେ ସ୍ପଷ୍ଟ କରି କହିଛନ୍ତି ଯେ,”ରାଜ୍ୟରେ ଅବୈଧ ଭାବେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ନିର୍ଦ୍ଦେଶରେ ସମ୍ପୃକ୍ତ ବିଭାଗଗୁଡ଼ିକ କାର୍ଯ୍ୟ କରୁଛି,” ବୋଲି ସେ କହିଛନ୍ତି ।କୋଲକାତାରେ ବିଜେପି ସରକାର ଆସିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କଡା ଚେତାବନୀ ଦିଆଯାଇଛି ଯେ, ସେମାନେ କୋଲକାତା ଛାଡି ଦିଅନ୍ତୁ । ବାଂଲାଦେଶୀମାନେ ଏବେ ପଶ୍ଚିମବଙ୍ଗ ଛାଡି ଓଡ଼ିଶା ମୁହାଁ ହେଲେଣି ।ପଶ୍ଚିମବଙ୍ଗ ଓ ଆସାମ ପରେ ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଉପରେ ସରକାର ପଦକ୍ଷେପ ନେଇଛନ୍ତି । ଅନୁପ୍ରବେଶ ଉପରେ ଓଡ଼ିଶା ସରକାର ସଜାଗ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗ କାମ କରୁଛି । ଗତବର୍ଷ କିଛି ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ବାହାର କରାଯାଇଛି ।

ଅଧିକ ପଢନ୍ତୁ