ଦୁଇମାସ ହେବ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା। ଚିନ୍ତାରେ  ହିତାଧିକାରୀ

ଗତ ୨ ମାସ ହେଲା ବିଭିନ୍ନ ସ୍ଥାନରେ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇ ନାହାନ୍ତି। ବ୍ୟାଙ୍କ ଓ ପଂଚାୟତକୁ ଦଉଡି ଦଉଡି ନୟାନ୍ତ ହେଉଛନ୍ତି। ବଢ଼ିବାରେ ଲାଗିଛି ଅସନ୍ତୋଷ। ରାଜ୍ୟର ଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଏମିତି ଅଭିଯୋଗ। ବ୍ୟାଙ୍କ, ପଂଚାୟତ ଓ ବ୍ଲକ କାର୍ୟ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହିତାଧିକାରୀ।ଅନଲାଇନରେ ଆସୁଥିବା ଭତ୍ତା ଟଙ୍କା ୨ମାସ ହେଲା ନମିଳିବାରୁ ବାଧ୍ୟ ହୋଇ ବ୍ଲକ କୁ ଦୌଡ଼ୁଛନ୍ତି ହିତାଧିକାରୀ। କିନ୍ତୁ ଗୁହାରି ଶୁଣିବାକୁ କେହି ନଥିବାରୁ ନିରାଶ ହୋଇ ଫେରି ଯାଉଛନ୍ତି। କେନ୍ଦୁଝର, ଜଗତସିଂହପୁର, ଗଞ୍ଜାମ  ଏହିଭଳି କେତେକ ଜିଲ୍ଲା ଅଛନ୍ତି। ଟଙ୍କା ନ ମିଳିବାରୁ ଯାହାଫଳରେ କିଏ ଔଷଧ ଟିକିଏ କିଣି ନପାରି ହନ୍ତସନ୍ତ ହେଉଛନ୍ତି ତ ଆଉ କିଏ ତେଲଲୁଣ ପାଇଁ ଦହଗଞ୍ଜ ହେଉଛନ୍ତି।

ଅଧିକ ପଢନ୍ତୁ